SBI_social1
ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଓ ଜାତିସଂଘରେ ଆତଙ୍କବାଦକୁ ନେଇ ମୁହାଁମୁହିଁ ପରିସ୍ଥିତି ସତ୍ତ୍ଵେ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଚାଇନାର ସର୍ବବୃହତ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଚାଇନା ମଧ୍ୟରେ ଚୁକ୍ତି ହୋଇଛି। ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ଆଗକୁ ଉଭୟ ଦେଶକୁ ଫାଇଦା ଦେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ୟାଙ୍କ ଅଫ ଚାଇନା ବିଶ୍ଵର ତୃତୀୟ ବଡ଼ ବ୍ୟାଙ୍କ। ଏହା ଦ୍ଵାରା ଉଭୟ ଦେଶର ଗ୍ରାହକ ଫାଇଦା ପାଇପାରିବେ।
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଚାଇନାର ସାଂଘାଇରେ ଏକ ଶାଖା ଖୋଲିଥିବାବେଳେ ମୁମ୍ବାଇରେ ବ୍ୟାଙ୍କ ଅଫ୍ ଚାଇନା ଏକ ଶାଖା ଖୋଲିବ ବୋଲି ଜଣାପଡ଼ିଛି।
ବିଶ୍ବ ଅର୍ଥନୀତିରେ ଦୁଇ ଦେଶ, ଭାରତ ଓ ଚାଇନା ଆଗକୁ ବଢ଼ୁଛନ୍ତି। ଏପରି ସ୍ଥଳେ ଦୁଇ ଦେଶର ପ୍ରମୁଖ ବ୍ୟାଙ୍କ ମଧ୍ୟରେ ବ୍ୟବସାୟିକ ଚୁକ୍ତି ହେବା ଭଲ ବୋଲି ଅର୍ଥନୀତି ପଣ୍ଡିତମାନେ ଆକଳନ କରିଛନ୍ତି। ଆଗକୁ ଏହି ଦୁଇ ବ୍ୟାଙ୍କର ସେବାରୁ ପରସ୍ପର ଫାଇଦା ନେଇ ପାରିବେ ବୋଲି ଜଣାପଡ଼ିଛି। ଏ ନେଇ ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି।
ବ୍ଯାଙ୍କ ଅଫ୍ ଚାଇନାର ଅଧ୍ୟକ୍ଷ ଚେନ ସିକିଙ୍ଗ ମଧ୍ୟ ଏହି ଚୁକ୍ତିକୁ ସ୍ବାଗତ କରିଛନ୍ତି। ବିଶ୍ବ ଅର୍ଥନୀତିରେ ଭାରତ ଦୃତଗତିରେ ଆଗକୁ ବଢୁଥିବାରୁ ଉଭୟ ଦେଶର ପ୍ରମୁଖ ବ୍ୟାଙ୍କ ମଧ୍ଯରେ ଚୁକ୍ତି ଦୁଇ ଦେଶକୁ ଆଗକୁ ନେବ ବୋଲି ସେ କହିଛନ୍ତି।
ଭାରତରେ ଏବେ ବ୍ୟାଙ୍କ ଅଫ୍ ଚାଇନା ଶାଖା ଖୋଲିଲେ ବିଦେଶୀ ବ୍ୟାଙ୍କର ସଂଖ୍ୟା ୪୬ ହେବ। ଏହା ପୂର୍ବରୁ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା ଚଳିତ ବର୍ଷ ଜାନୁଆରୀରେ ଭାରତରେ ତାର ଶାଖା ଖୋଲି ବ୍ୟବସାୟ କରିବା ଆରମ୍ଭ କରିଛି। ସେହିଭଳି ବ୍ରିଟେନର ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ ଭାରତରେ ୧୦୦ଟି ଶାଖା ଖୋଲିଛି। ଯାହାକି ବିଦେଶୀ ବ୍ୟାଙ୍କ ଭାବରେ ସବୁଠୁ ଅଧିକ।
ତେବେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ପି.କେ ଚକ୍ରବର୍ତ୍ତୀ କହିଛନ୍ତି ବ୍ୟାଙ୍କ ଅଫ୍ ଚାଇନା ଭାରତରେ ଶାଖା ଖୋଲିବା ଚିନ୍ତାର ବିଷୟ। କାରଣ ବିଭିନ୍ନ କ୍ଷେତ୍ରରେ ଚାଇନା ପୂର୍ବରୁ ବ୍ୟବସାୟ କରିଛି। ଭାରତରେ ସଫଳ ହେବା ସହ ଲିଡର ଭାବେ ମଧ୍ୟ ଛିଡ଼ା ହୋଇଛି। ବିଶେଷକରି ଚାଇନାର ବ୍ୟବସାୟ ତରିକା ସମସ୍ତଙ୍କଠୁ ଅଲଗା ତେଣୁ ଆଗାମୀ ଦିନରେ ଅନ୍ୟ ବ୍ୟବସାୟ ପରି ବ୍ୟାଙ୍କ ସେବାରେ ନିଜର ଯୋଜନା କରେ ତାହେଲେ ଉଭୟ ଭାରତର ଅର୍ଥନୀତି ଓ ବ୍ୟାଙ୍କ ସେବା ପାଇଁ ଚିନ୍ତାଜନକ ହୋଇପାରେ। ଏବେବି ଭାରତୀୟ ବ୍ୟାଙ୍କ ବିଶ୍ଵର ଅନ୍ୟ ବ୍ୟାଙ୍କ ତୁଳନାରେ ସେବା ଯୋଗାଇବାରେ ସେତେଟା ଭଲ ନୁହଁ ବୋଲି ସେ କହିଛନ୍ତି।
ଆଧୁନିକୀକରଣ, ବୈଷୟିକ ଜ୍ଞାନ ଏବଂ ପାଦେ ଆଗରେ ଚାଲିବା ରଣନୀତିରେ ଚୀନ ସାରା ଦୁନିଆରେ ସବୁବେଳେ ଆଗରେ ରହିଛି। ତେଣୁ ଭାରତରେ ବ୍ୟାଙ୍କିଙ୍ଗ ସେବା ଯୋଗାଉଥିବା ଅନ୍ୟ ବ୍ୟାଙ୍କ କମ୍ପାନୀ ମାନଙ୍କ ପାଇଁ ଆଗାମୀ ଦିନରେ ଚ୍ୟାଲେଂଜ ରହିବ ବୋଲି ଆକଳନ କରିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ପି.କେ ଚକ୍ରବର୍ତ୍ତୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/SBI_social1.jpg)