Advertisment

ହିଣ୍ଡେନବର୍ଗ ଅଭିଯୋଗକୁ ସେବି ମୁଖ୍ୟଙ୍କ ଖଣ୍ଡନ, କହିଲେ- ବଦନାମ କରିବାକୁ ଚେଷ୍ଟା ଚାଲିଛି

ଆଦାନି ଗ୍ରୁପର ସ୍କାମ ସହ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ଜଡିତ ଥିବା ହିଣ୍ଡେନବର୍ଗ ରିପୋର୍ଟ କରିଥିଲା।

SEBI Chief

SEBI Chief

Advertisment

ହିଣ୍ଡେନବର୍ଗ ଅନୁସନ୍ଧାନର ନୂଆ ଖୁଲାସା ପରେ ପ୍ରତିକ୍ରିୟା ରଖିଛନ୍ତି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍। ହିଣ୍ଡେନବର୍ଗ ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ ବଦନାମ୍ କରିବାକୁ ଉଦ୍ୟମ କରାଯାଉଥିବା ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚ୍ କହିଛନ୍ତି।

Advertisment

ଗତକାଲି ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଗମ୍ଭୀର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। 

ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା। 

Advertisment

ଗତବର୍ଷ ଜାନୁଆରୀ ୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପର ଶେଆରରେ ହେରଫେର ହୋଇଥିବା ନେଇ ରିପୋର୍ଟ ପ୍ରକାଶ କରିବା ସହ କର୍ପୋରେଟ ଇତିହାସରେ ଏହାକୁ ବଡ଼ ଘୋଟାଲା ବୋଲି ଦାବି କରିଥିଲା। ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ଶେଆର ଭୟଙ୍କର ଭାବେ ପ୍ରଭାବିତ ହେବା ସହ ଧନୀ ତାଲିକାର ବହୁ ତଳକୁ ଖସିଆସିଥିଲେ ଗୌତମ ଆଦାନୀ। 

ବର୍ଷକ ପରେ ପୁଣି ହିଣ୍ଡେନବର୍ଗ ସେବି ମୁଖ୍ୟଙ୍କ ବିରୁଦ୍ଧରେ ନୂଆ ଅଭିଯୋଗ ଆଣିଛି। ଏହା ଭାରତୀୟ ବଜାରକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଥିବା ମଧ୍ୟରେ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ଏ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। 

Hindenburg SEBI Adani Group SEBI Cheif
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe