Advertisment

ଅର୍ଜିତ ପଟେଲଙ୍କ ଉପରେ ବରିଷ୍ଠମାନେ ଅସନ୍ତୁଷ୍ଟ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ୨୦୧୩ରୁ ୨୦୧୬ ମାତ୍ର ୩ ବର୍ଷ ଏହି ପଦରେ ରହି ମଧ୍ୟ ସେ ସମୟରେ ବେଶ୍‌ ଚର୍ଚ୍ଚିତ ଥିଲେ। ୨୦୧୬ ନଭେମ୍ବର ୮ରେ ବିମୁଦ୍ରାକରଣ ବେଳକୁ ସେ ଆଉ ଏହି ପଦରେ ନଥିଲେ। ସେତେବେଳକୁ ଆସି ସାରିଥିଲେ ନୂତନ ଗଭର୍ନର ଅର୍ଜିତ ପଟେଲ୍‌। କିନ୍ତୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜନଙ୍କ ପରି ଲୋକପ୍ରିୟ ହୋଇ ପାରିନାହାନ୍ତି ଅର୍ଜିତ। ରାଜନ ଆର୍‌ବିଆଇରେ ଯୋଗଦେବାର […]

 ଅର୍ଜିତ ପଟେଲଙ୍କ ଉପରେ ବରିଷ୍ଠମାନେ ଅସନ୍ତୁଷ୍ଟ

urjit-new

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ୨୦୧୩ରୁ ୨୦୧୬ ମାତ୍ର ୩ ବର୍ଷ ଏହି ପଦରେ ରହି ମଧ୍ୟ ସେ ସମୟରେ ବେଶ୍‌ ଚର୍ଚ୍ଚିତ ଥିଲେ। ୨୦୧୬ ନଭେମ୍ବର ୮ରେ ବିମୁଦ୍ରାକରଣ ବେଳକୁ ସେ ଆଉ ଏହି ପଦରେ ନଥିଲେ। ସେତେବେଳକୁ ଆସି ସାରିଥିଲେ ନୂତନ ଗଭର୍ନର ଅର୍ଜିତ ପଟେଲ୍‌।

Advertisment

କିନ୍ତୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜନଙ୍କ ପରି ଲୋକପ୍ରିୟ ହୋଇ ପାରିନାହାନ୍ତି ଅର୍ଜିତ।

ରାଜନ ଆର୍‌ବିଆଇରେ ଯୋଗଦେବାର ମାତ୍ର କେଇ ମାସ ଭିତରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲା ‘ରାଜନ୍‌ ଇଜ୍‌ ମୋର୍‌ ସେକ୍ସିୟର ଦାନ୍‌ ସେନ୍‌ସେକ୍ସ’। ଖାଲି ଦେଶ ନୁହେଁ ସାରା ବିଶ୍ୱରେ ରଘୁରାମ ରାଜନ ଜଣେ ଚର୍ଚ୍ଚିତ ଅର୍ଥନୀତିଜ୍ଞ ଭାବେ ଆଦୃତ। ପଦରେ ଥିବା ବେଳେ ସେ ସରକାରଙ୍କୁ ବିଭିନ୍ନ ସମୟରେ କଡ଼ା ସମାଲୋଚନା କରି ଦେଶବାସୀଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ସେ କହିଥିଲେ, 'ଆଇ ଡୁ ହ୍ୱାଟ୍ ଆଇ ଡୁ।'

Advertisment

ମୋଦି ସରକାରଙ୍କୁ ଅନ୍ଧ ରାଜ୍ୟରେ କଣା ରାଜା କହି ରାଜନ ଭର୍ତ୍ସନା କରିଥିଲେ। କୁହାଯାଏ ସେଇଥିପାଇଁ ବୋଧେ ରାଜନଙ୍କୁ ଆଉ ଦ୍ୱିତୀୟ ପାଳି ମିଳିଲାନାହିଁ। କିନ୍ତୁ ବର୍ତ୍ତମାନ ଏଥିପାଇଁ ସରକାର ପସ୍ତାଇଲା ଭଳି ମନେ ହେଉଛି। ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଜଣେ ବରିଷ୍ଠ ଅଧିକାରୀ ଏଭଳି କହିଛନ୍ତି।

ସେ କହିଛନ୍ତି ଗତ ୨ ବର୍ଷ ମଧ୍ୟରେ ଅର୍ଜିତ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ନଥିଲା ପରି ମନେ ହେଉଛି। ମଙ୍ଗଳବାର ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି, ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ପରିମାଣ ମାସକୁ ମାସ ବଢ଼ିଚାଲିଥିବା ବେଳେ ଅର୍ଜିତଙ୍କ ନେତୃତ୍ୱରେ ଆର୍‌ବିଆଇ ବିଶେଷ କିଛି ପଦକ୍ଷେପ ନେଇ ପାରୁନାହିଁ। ମୁଦ୍ରା ନୀତି ସମୀକ୍ଷା ବୈଠକରେ ସେ ଭଲ ନିଷ୍ପତ୍ତି ନେଇ ପାରୁନାହାନ୍ତି।

ସେହି ପରି ଆଉ ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ବହୁ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଅର୍ଜିତଙ୍କ ନିଷ୍ପତ୍ତି ଏବଂ କାର୍ଯ୍ୟ ଶୈଳୀରେ ଅସନ୍ତୁଷ୍ଟ। ଅର୍ଜିତ ବରିଷ୍ଠ ଅଧିକାରୀଙ୍କଠାରୁ କୌଣସି ନୀତି ନିଷ୍ପତ୍ତି ପୂର୍ବରୁ ପରାମର୍ଶ ବା ମତାମତ ନେଉ ନାହାନ୍ତି।

ଏଠି ରାଜନଙ୍କ ଉଦାହରଣ ଦେଇ ଅଧିକାରୀ ଜଣକ କହିଛନ୍ତି, ବିଭିନ୍ନ ମୁଦ୍ରାନୀତି ଗ୍ରହଣ ପୂର୍ବରୁ ରାଜନ ବରିଷ୍ଠମାନଙ୍କ ସହ ଆଲୋଚନା କରୁଥିଲେ। କିନ୍ତୁ ବର୍ତ୍ତମାନ ଅର୍ଜିତଙ୍କ ସହ ବରିଷ୍ଠ ମାନଙ୍କର କୌଣସି ପ୍ରକାର ବିଚାରବିମର୍ଷ କରନ୍ତି ନାହିଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe