Advertisment

ପାର୍ବଣ ପୂର୍ବରୁ ସେନ୍‌ସେକ୍ସର ସର୍ବକାଳୀନ ରେକର୍ଡ, ଉପରମୁହାଁ ନିଫ୍ଟି

ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି।

author-image
Madhupriya Mistry
SENSEX

SENSEX

ପାର୍ବଣ ପୂର୍ବରୁ ସେୟାର ବଜାରରେ ଜବରଦସ୍ତ ଉତ୍ସାହ। ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ୮୫ ହଜାର ପାର କରିଛି। ସେହିପରି ନିଫଟି ଉପରମୁହାଁ ହୋଇଛି। ନିଫଟି ୨୬ ହଜାର ପଏଣ୍ଟ ସୂଚକାଙ୍କ ଛୁଇଁଛି।

Advertisment

ଆଜି କାରବାର ଆରମ୍ଭରୁ ଷ୍ଟକ ମାର୍କେଟରେ ବମ୍ପର ଉତ୍ସାହ ଦେଖିବାକୁ ମିଳିଛି। ୮୪ ହଜାର ୭୮୭ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା। ପରେ ଏହା ପାର୍ କରିଥିଲା ୮୫ ହଜାର ମାର୍କ।

ସକାଳ ୯.୫୫ରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍‌ଏସ୍‌ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି।

Advertisment

ଏହାପୂର୍ବରୁ ଘରୋଇ ଷ୍ଟକ ବଜାର ସୋମବାର ଏକ ଭଲ ଆରମ୍ଭ କରିଥିଲା। ସୋମବାର, ସେନସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ସହିତ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା।

କହିରଖୁ ଯେ, ଗତ ୧୨ ଦିନ ଭିତରେ ସେନସେକ୍ସ ୮୦ହଜାରରୁ ୮୫ ହଜାର ଛୁଇଁଛି। ଚାରି ଦିନ ତଳେ ୮୪ ହଜାର ପାର କରିଥିଲା।

Nifty Sensex BSE