Advertisment

ଲକ୍ଷ୍ମୀଙ୍କ ବାରରେ ହୁ ହୁ ହୋଇ ଉଠିଲା

ନୂଆଦିଲ୍ଲୀ: ଦୀର୍ଘ ମାସ ଧରି ଧିମେଇ ଯାଇଥିବା ଅର୍ଥନୀତିକୁ ମିଳିଛି ନୂଆ ଜୀବନ। ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତ ଷ୍ଟକ ବଜାରରେ। ଗତକାଲି ବିଡେନ ଓ କମଳା ହାରିସ ଶପଥ ନେବା ପରେ ଆଜି ଗୁରୁବାର ହୁ ହୁ ହୋଇ ବଢ଼ିଛି ଶେଆର ବଜାର। ଆମେରିକା ନୂଆ ରାଷ୍ଟ୍ରପତି ଭାବେ ବିଡେନଙ୍କୁ ପାଇବା ପରେ ବିଶ୍ୱ ବଜାରରେ ଏହାର ଉତ୍ସାହ ଦେଖିବାକୁ […]

ଅଦ୍ୟତନ ହୋଇଛି
ଲକ୍ଷ୍ମୀଙ୍କ ବାରରେ ହୁ ହୁ ହୋଇ ଉଠିଲା

share-market

Advertisment

ନୂଆଦିଲ୍ଲୀ: ଦୀର୍ଘ ମାସ ଧରି ଧିମେଇ ଯାଇଥିବା ଅର୍ଥନୀତିକୁ ମିଳିଛି ନୂଆ ଜୀବନ। ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତ ଷ୍ଟକ ବଜାରରେ। ଗତକାଲି ବିଡେନ ଓ କମଳା ହାରିସ ଶପଥ ନେବା ପରେ ଆଜି ଗୁରୁବାର ହୁ ହୁ ହୋଇ ବଢ଼ିଛି ଶେଆର ବଜାର।

Advertisment

ଆମେରିକା ନୂଆ ରାଷ୍ଟ୍ରପତି ଭାବେ ବିଡେନଙ୍କୁ ପାଇବା ପରେ ବିଶ୍ୱ ବଜାରରେ ଏହାର ଉତ୍ସାହ ଦେଖିବାକୁ ମିଳିଛି।  ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି ୫୦୧୪,୭୦୦ ଅତିକ୍ରମ କରିଛି। ବିଗତ ୧୦ ମାସରେ ସେନସେକ୍ସ ଦ୍ୱିଗୁଣିତ ହୋଇଥିବା ସୂଚନା ରହିଛି।

https://twitter.com/ANI/status/1352104781746110464?s=20

ଗତ ମାର୍ଚ୍ଚରେ ଶେୟାର ବଜାର ୨୫୬୩୮ ଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇସିଆଇସିଆଇ ବ୍ୟାଙ୍କ, ମାରୁତି, ଇନଫୋସିସ୍ ସେୟାରରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଗୁରୁବାର ବଜାରରେ ଅଭିବୃଦ୍ଧି ହେତୁ ନିବେଶକ ମାତ୍ର କିଛି ମିନିଟରେ ୧.୪୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଲାଭ କରିଛନ୍ତି। ଆଜି ପ୍ରଥମ ଥର ପାଇଁ ୫୦,୦୦୦ରେ ଖୋଲିଥିଲା। ଯାହାକି ସେୟାର ବଜାରରେ ଇତିହାସ। ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଜୋ ବିଡେନ ଶପଥ ଗ୍ରହଣ କରିବା ପରେ ଘରୋଇ ଷ୍ଟକ୍ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା। ମିଡକାପ୍ ଏବଂ ସ୍ମଲ୍ କ୍ୟାପ୍ ଷ୍ଟକ୍ ମଧ୍ୟ ବଡ଼ ବଡ଼ ଶେୟାର ଭଳି ଲାଭ କରିଛି। ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ମିଡକ୍ୟାପ୍ ଇଣ୍ଡେକ୍ସ ୦.୬୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସ୍ମଲ୍ କ୍ୟାପ୍ ଇଣ୍ଡେକ୍ସ ମଧ୍ୟ ୦.୬୦ ପ୍ରତିଶତ ଲାଭ ସହିତ ବ୍ୟବସାୟ ଜାରି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe