Advertisment

୧୧୦୯ ପଏଣ୍ଟ ଖସିଲା ସେନସେକ୍ସ, ହଠାତ ୧୪ ଲକ୍ଷ କୋଟି ହରାଇଲେ ନିବେଶକ

ନିବେଶକମାନେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନିବେଶକମାନଙ୍କ ସମ୍ପତ୍ତି ୩୮୫.୬୪ ଲକ୍ଷ କୋଟି ଟଙ୍କାରୁ ଖସି ୩୭୧.୬୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

author-image
Hemant Lenka
Sensex

Sensex

ଷ୍ଟକ ମାର୍କେଟରେ ନିବେଶ କରିଥିବା ଲୋକଙ୍କୁ ବଡ଼ ଝଟକା ଲାଗିଛି। ଷ୍ଟକ ମାର୍କେଟରେ ଆଜି ବ୍ୟାପକ କ୍ଷତି ସହିଛନ୍ତି ନିବେଶକ। ଆଜି ସେନସେକ୍ସ ୧୧୦୯ ପଏଣ୍ଟ ଖସି ୭୨,୫୫୮ରେ ପହଞ୍ଚି ଯାଇଛି। ଏଥିଯୋଗୁ ମଧ୍ୟମ ଓ ଛୋଟ କ୍ୟାପ ସେଗେମେଣ୍ଟ୍ସ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

Advertisment

ନିଫ୍ଟୀ ମଧ୍ୟ ମାର୍କେଟରେ ଅସ୍ଥିରତା ଯୋଗୁ ପ୍ରଭାବିତ ହୋଇଛି। ନିପ୍ଟୀ ୪୨୨ ପଏଣ୍ଟ ତଳକୁ ଖସି ୨୧,୯୧୩ରେ ପହଞ୍ଚିଛି। ଦଲାଲ ଷ୍ଟ୍ରିଟ୍‌ରେ ଆଜି ସକାଳୁ ନିଫ୍ଟୀ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ମଧ୍ୟାହ୍ନ ବେଳକୁ ନିଫ୍ଟୀ ତଳକୁ ଖସିବା ଆରମ୍ଭ ହୋଇଥିଲା।

ଏଥିପାଇଁ ନିବେଶକମାନେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନିବେଶକମାନଙ୍କ ସମ୍ପତ୍ତି ୩୮୫.୬୪ ଲକ୍ଷ କୋଟି ଟଙ୍କାରୁ ଖସି ୩୭୧.୬୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

Advertisment

ପାୱାରଗ୍ରୀଡ, ଏନଟିପିସି, ଟାଟା ଷ୍ଟିଲ, ଭାରତୀ ଏୟାରଟେଲ, ଟାଇଟନ କମ୍ପାନୀ ଓ ଟାଟା ମୋଟର୍ସ ଭଳି କମ୍ପାନୀର ଶେୟାର କ୍ଷତିଗ୍ରସ୍ତ ହୋଇଛି। ମୋଟ ୨୨୩ଟି ଷ୍ଟକର ମୂଲ୍ୟ ୫୨ ସପ୍ତାହ ତଳକୁ ଖସି ଯାଇଛି। କେବଳ ୮୯ ଶେୟାର ସେମାନଙ୍କ ମୂଲ୍ୟରେ ବୃଦ୍ଧି ଦେଖିଛନ୍ତି।

୩୯୨୬ ଷ୍ଟକ ମଧ୍ୟରୁ କେବଳ ୩୫୧ଟି ଗ୍ରୀନ ଜୋନରେ ରହିଥିଲା। ୩୫୨୬ ଷ୍ଟକ ରେଡ୍‌ ଜୋନ୍‌ରେ ଥିବା ବେଳେ ୬୬ଟିରେ କୌଣସି ପରିବର୍ତ୍ତନ ହୋଇନାହିଁ।

Nifty Sensex Stock Market