Advertisment

ପ୍ରଥମଥର ପାଇଁ ୬୦ ହଜାର ପାର କଲା ସେନସେକ୍ସ, ନିଫ୍ଟରେ ବି ନୂଆ ରେକର୍ଡ

ନୂଆଦିଲ୍ଲୀ: ଘରୋଇ ଷ୍ଟକ ମାର୍କେଟରେ ଆଜି ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଏସ୍‌ଇ ସେନସେକ୍ସ ୬୦ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୭୯୧୬.୩୦କୁ ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରାରମ୍ଭିକ କାରବାରରେ ବ୍ୟାଙ୍କ ଓ ଆଇଟି ସେକ୍ଟରର ଶେୟାର ବୃଦ୍ଧି ହୋଇଛି। ସବୁଠାରୁ ବଡ଼ ଫାଇଦା ପାଇଛି ଇନଫୋସିସ୍। ଏହାର ଶେୟାର ମୂଲ୍ୟ ହଠାତ୍ ବଢ଼ି ଯାଇଛି। ଏହାବାଦ ଏଚଡିଏଫସି ବ୍ୟାଙ୍କ, ଟାଟା କନସଲଟାନ୍ସି […]

ଷ୍ଟକ୍‌ ମାର୍କେଟରେ ଜବରଦସ୍ତ ଘାଟା

sensex

Advertisment

ନୂଆଦିଲ୍ଲୀ: ଘରୋଇ ଷ୍ଟକ ମାର୍କେଟରେ ଆଜି ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଏସ୍‌ଇ ସେନସେକ୍ସ ୬୦ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୭୯୧୬.୩୦କୁ ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରାରମ୍ଭିକ କାରବାରରେ ବ୍ୟାଙ୍କ ଓ ଆଇଟି ସେକ୍ଟରର ଶେୟାର ବୃଦ୍ଧି ହୋଇଛି।

Advertisment

ସବୁଠାରୁ ବଡ଼ ଫାଇଦା ପାଇଛି ଇନଫୋସିସ୍। ଏହାର ଶେୟାର ମୂଲ୍ୟ ହଠାତ୍ ବଢ଼ି ଯାଇଛି। ଏହାବାଦ ଏଚଡିଏଫସି ବ୍ୟାଙ୍କ, ଟାଟା କନସଲଟାନ୍ସି ସର୍ଭିସ, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ ଟେକ୍ନୋଲଜି ଭଳି କମ୍ପାନୀ ଲାଭ ପାଇଛନ୍ତି। ଆଜି ସେନସେକ୍ସ ୪୨୭ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୬୦,୩୧୨.୫୧ ଓ ନିଫ୍ଟ ୫୦ ଇଣ୍ଡେକ୍ସ ବଢ଼ି ସର୍ବକାଳୀନ ରେକର୍ଡ ୧୭,୯୪୭ରେ ପହଞ୍ଚିଛି।

ସକାଳ ୯.୨୫ ସୁଦ୍ଧା ସେନସେକ୍ସ ୨୭୮ ପଏଣ୍ଟ ବଢ଼ି ୬୦,୧୬୩  ଓ ନିଫ୍ଟ ୫୦ ଇଣ୍ଡେକ୍ସ ୧୦୯ ପଏଣ୍ଟ ବଢ଼ି ୧୭,୯୩୨ରେ ରହିଥିଲା।

Advertisment


ସୁଧ ହାର ବୃଦ୍ଧି ଓ ଡଲାରର ମୂଲ୍ୟ ମାସକ ମଧ୍ୟରେ ସବୁଠାରୁ ଉଚ୍ଚରେ ରହିବା ଯୋଗୁ ଏହା ପ୍ରଭାବ ଆଜି ଷ୍ଟକ ମାର୍କେଟ ଉପରେ ପଡ଼ିଛି। ଏହି କାରଣରୁ ସେନସେକ୍ସ ଓ ନିଫ୍ଟରେ ଏପରି ଅଭିବୃଦ୍ଧି ଘଟିଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe