Advertisment

ଖସିଲା ସେନ୍‌ସେକ୍ସ, ଆଖି ପିଛୁଳାକେ ୧୦ ଲକ୍ଷ କୋଟି ସ୍ୱାହା

ଭାରତୀୟ ମୁଦ୍ରା ଦର ଉପରେ ବି ଏହାର ପ୍ରଭାବ ପଡ଼ିଛି। ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ  ପହଞ୍ଚିଛି।

ଅଦ୍ୟତନ ହୋଇଛି
Sensex Drop

Sensex Drop

Advertisment

ସେୟାର ମାର୍କେଟ୍‌ରେ ଝଡ଼। ଖସିଲା ସେନ୍‌ସେକ୍ସ। ମାର୍କେଟ୍ ଖୋଲୁ ଖୋଲୁ କ୍ରାସ୍। ଆଖି ପିଛୁଳାକେ ସ୍ୱାହା ହୋଇକଲା ୧୦ ଲକ୍ଷ କୋଟି। ତାସ୍‌ ଘର ପରି ଭୁଶୁଡିପଡିଲା ସେୟାର ମାର୍କେଟ୍‌।  ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି।

Advertisment

ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ସୋମବାର ଭାରତୀୟ ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେରେ ଝଡ ସୃଷ୍ଟି ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ଟି ସେୟାର ଯୁକ୍ତ ସେନ୍‌ସେକ୍ସ ସେନ୍ସେକ୍ସ ୧୫୦୦ ପଏଣ୍ଟ ହ୍ରାସ ପାଇ ୮୦,୦୦୦ ତଳକୁ ଖସି ପଡିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରାୟ ୫୦୦ ପଏଣ୍ଟ ହ୍ରାସ ପାଇଛି।

ସେନ୍ସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୨.୦୩ % ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଏହି ବିରାଟ ହ୍ରାସ୍‌ର କିଛି ମିନିଟ୍ ମଧ୍ୟରେ ଷ୍ଟକ୍ ମାର୍କେଟ ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ବୁଡି ଯାଇଛି।  ଫଳରେ ଅନେକ ଗୁଡ଼ିଏ ଲାଭ ଦାୟକ କମ୍ପାନୀର ସେୟାରର ଦର ବି ଖସି ଯାଇଛି।

Advertisment

ଭାରତୀୟ ମୁଦ୍ରା ଦର ଉପରେ ବି ଏହାର ପ୍ରଭାବ ପଡ଼ିଛି। ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି। ଯାହା ସର୍ବକାଳୀନ ନିମ୍ନରେ ଥିବା ଅର୍ଥନୈତିଜ୍ଞମାନେ ମତ ରଖିଛନ୍ତି। ଗତ ଶୁକ୍ରବାର ମଧ୍ୟ ସେନ୍‌ସେକ୍ସ ହ୍ରାସ ପାଇଥିଲା। ଏଥିଯୋଗୁ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା।  

Sensex BSE Stock Market Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe