ସେନସେକ୍ସରେ ୧୧୮.୨୬ ପଏଣ୍ଟ ହ୍ରାସ

ମୁମ୍ବାଇ: ଦେଶର ସେୟାର ବଜାରରେ ଗୁରୁବାର ପୁଣି ହ୍ରାସ ପରିଲିକ୍ଷିତ ହୋଇଥିଲା। ସେନସେକ୍ସ ଆଜି ୧୧୮.୨୬ ପଏଣ୍ଟ ହ୍ରାସ ପାଇ ୨୬,୫୯୯.୧୧ ବନ୍ଦ ହୋଇଥିଲା। ସେହିପରି ନିଫ୍ଟିରେ ୩୯.୭୦ ପଏଣ୍ଟ ହ୍ରାସ ପାଇ ୮,୦୫୭.୩୦ରେ କାରବାର ବନ୍ଦ ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସକାଳେ ୩.୯୭ ପଏଣ୍ଟ ବୃଦ୍ଧି ସହିତ ୨୬,୭୨୧.୩୪ରୁ କାରବାର ଆରମ୍ଭ ହୋଇଥିଲା। ତେବେ କାରବାର ଶେଷ ବେଳକୁ ସେନସେକ୍ସରେ ୧୧୮.୨୬ ପଏଣ୍ଟ ବା ୦.୪୪% ହ୍ରାସ ହୋଇଥିଲା। ଆଉ କାରବାର ୨୬,୫୯୯.୧୧ରେ […]

bse

bse

Rakesh Mallick
  • Published: Thursday, 07 May 2015
  • Updated: 07 May 2015, 01:07 PM IST

Sports

Latest News

ମୁମ୍ବାଇ: ଦେଶର ସେୟାର ବଜାରରେ ଗୁରୁବାର ପୁଣି ହ୍ରାସ ପରିଲିକ୍ଷିତ ହୋଇଥିଲା। ସେନସେକ୍ସ ଆଜି ୧୧୮.୨୬ ପଏଣ୍ଟ ହ୍ରାସ ପାଇ ୨୬,୫୯୯.୧୧ ବନ୍ଦ ହୋଇଥିଲା। ସେହିପରି ନିଫ୍ଟିରେ ୩୯.୭୦ ପଏଣ୍ଟ ହ୍ରାସ ପାଇ ୮,୦୫୭.୩୦ରେ କାରବାର ବନ୍ଦ ରହିଥିଲା।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସକାଳେ ୩.୯୭ ପଏଣ୍ଟ ବୃଦ୍ଧି ସହିତ ୨୬,୭୨୧.୩୪ରୁ କାରବାର ଆରମ୍ଭ ହୋଇଥିଲା। ତେବେ କାରବାର ଶେଷ ବେଳକୁ ସେନସେକ୍ସରେ ୧୧୮.୨୬ ପଏଣ୍ଟ ବା ୦.୪୪% ହ୍ରାସ ହୋଇଥିଲା। ଆଉ କାରବାର ୨୬,୫୯୯.୧୧ରେ ବନ୍ଦ ରହିଥିଲା।

ଦିନ ତମାମ କାରବାର ମଧ୍ୟରେ ସେନସେକ୍ସ ୨୬,୮୫୦.୩୭ ରୁ ଉପରକୁ ଉଠିଥିଲା ଓ ୨୬,୪୨୩.୯୯ରୁ ତଳକୁ ଚାଲି ଯାଇଥିଲା ସୂଚନାଯୋଗ୍ୟ, ଗତକାଲି ସେନସେକ୍ସରେ ୭୨୩ ପଏଣ୍ଟ ହ୍ରାସ ପାଇ ୨୬.୭୧୭ରେ କାରବାର ବନ୍ଦ ରହିଥିଲା। ଆଉ ଚଳିତ ବର୍ଷ ଜାନୁଆରୀ ୬ ତାରିଖ ପରେ ଏହା ଥିଲା ସେନସେକ୍ସରେ ସର୍ବାଧିକ ହ୍ରାସ। ଗତ ଜାନୁଆରୀରେ ସେନସେକ୍ସରେ ୮୫୫ ପଏଣ୍ଟ ହ୍ରାସ ହୋଇଥିଲା।

ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ (ଏନଏସଇ)ରେ ନିଫ୍ଟି୨୦.୦୦ ପଏଣ୍ଟ ହ୍ରାସ ସହିତ ୮,୦୭୭.୦୦ରୁ କାରବାର ଆରମ୍ଭ ହୋଇଥିଲା। କାରବାର ଶେଷ ହେବା ବେଳକୁ ନିଫ୍ଟିରେ ୩୯.୭୦ ପଏଣ୍ଟ ବା ୦.୪୯% ହ୍ରାସ ପାଇ ୮,୦୫୭.୩୦ରେ କାରବାର ବନ୍ଦ ହୋଇଥିଲା। ଦିନ ତମାମର କାରବାର ମଧ୍ୟରେ ନିଫ୍ଟି ୮,୧୨୨.୬୦ ଉପରକୁ ଉଠିଥିଲା ଓ ୭,୯୯୭.୧୫ ତଳକୁ ବି ଚାଲି ଯାଇଥିଲା। ଅନ୍ୟପକ୍ଷରେ ଗତକାଲି ନିଫ୍ଟିରେ ୨୨୭ ପଏଣ୍ଟ ବୃଦ୍ଧି ସହ ୮୦୯୭ରେ କାରବାର ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos