Advertisment

ସେନସେକ୍ସରେ ୨୧୪ ପଏଣ୍ଟ ହ୍ରାସ

ମୁମ୍ବାଇ: ଦେଶର ସେୟାର ବଜାରଗୁଡ଼ିକ ପାଇଁ ଆଜି ଦିନଟି ଆଦୌ ଭଲ ନ ଥିଲା। କାରଣ ସେନସେକ୍ସ ଓ ନିଫ୍ଟିରେ ଦ୍ରୁତ ହାସ ପରିଲିକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରମୁଖ ସୂଚକାଙ୍କ ସେନସେକ୍ସରେ ୨୧୪.୬୨ ପଏଣ୍ଟ ହ୍ରାସ ହୋଇଥିଲା ଓ କାରବାର ୨୭,୦୧୧.୩୧ରେ ବନ୍ଦ ରହିଥିଲା। ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟିରେ ୫୮.୨୫ ପଏଣ୍ଟ ହ୍ରାସ ପାଇ ୮,୧୮୧.୫୦ରେ କାରବାର ବନ୍ଦ ହୋଇଥିଲା। ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହୋଇଥିଲା ୨୭,୨୪୨.୦୫ରୁ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ସେନସେକ୍ସରେ ୨୧୪ ପଏଣ୍ଟ ହ୍ରାସ

bse

ମୁମ୍ବାଇ: ଦେଶର ସେୟାର ବଜାରଗୁଡ଼ିକ ପାଇଁ ଆଜି ଦିନଟି ଆଦୌ ଭଲ ନ ଥିଲା। କାରଣ ସେନସେକ୍ସ ଓ ନିଫ୍ଟିରେ ଦ୍ରୁତ ହାସ ପରିଲିକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରମୁଖ ସୂଚକାଙ୍କ ସେନସେକ୍ସରେ ୨୧୪.୬୨ ପଏଣ୍ଟ ହ୍ରାସ ହୋଇଥିଲା ଓ କାରବାର ୨୭,୦୧୧.୩୧ରେ ବନ୍ଦ ରହିଥିଲା। ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟିରେ ୫୮.୨୫ ପଏଣ୍ଟ ହ୍ରାସ ପାଇ ୮,୧୮୧.୫୦ରେ କାରବାର ବନ୍ଦ ହୋଇଥିଲା।

Advertisment

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହୋଇଥିଲା ୨୭,୨୪୨.୦୫ରୁ। ତେବେ କାରବାର ବନ୍ଦ ହେଲା ବେଳକୁ ଏହା ୨୭,୦୧୧.୩୧ରେ ପହଞ୍ଚିଥିଲା। ଅର୍ଥାତ୍ ସେନସେକ୍ସରେ ୨୧୪.୬୨ ପଏଣ୍ଟ ବା ୦.୭୯% ହ୍ରାସ ହୋଇଥିଲା। ଦିନ ତମାମ କାରବାର ଭିତରେ ସେନସେକ୍ସ ୨୭,୨୪୨.୦୫ରୁ ଉପରକୁ ଉଠିଥିଲା ଓ ୨୬,୮୯୭.୫୪ ତଳକୁ ବି ଖସି ଥିଲା। ତେବେ ଶେଷରେ ୨୭,୦୧୧.୩୧ରେ କାରବାର ବନ୍ଦ ରହିଥିଲା। ଆଜିର ସେନସେକ୍ସର ସୂଚକାଙ୍କ ୪ ମାସ ତଳେ ହୋଇଥିବା ସର୍ବନିମ୍ନ ସୂଚକାଙ୍କ ପାଖାପାଖି ଚାଲିଯାଇଥିଲା। ସୂଚନାଯୋଗ୍ୟ, ଜାନୁଆରୀ ୬ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୨୬,୯୦୮.୮୨ରେ ବନ୍ଦ ରହିଥିଲା।

ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହୋଇଥିଲା ୮୨୨୪.୫୦ରୁ। ତେବେ କାରବାର ବନ୍ଦ ହେବା ବେଳକୁ ଏହା ୮୧୮୧.୫୦ ରେ ରହିଥିଲା। ଏହି ସମୟ ମଧ୍ୟରେ ନିଫ୍ଟିରେ ୫୮.୨୫ ପଏଣ୍ଟ ଅବା ୦.୭୧% ହ୍ରାସ ହୋଇଥିଲା। ଦିନ ତମାମ କାରବାର ମଧ୍ୟରେ ନିଫ୍ଟି ୮,୨୨୯.୪୦ ଉପରକୁ ଯାଇଥିଲା ଓ ୮୧୪୪.୭୫ ତଳକୁ ବି ଛୁଇଁ ଥିଲା।

Advertisment