/odisha-reporter/media/post_attachments/uploads/2015/05/bse12.jpg)
bse12
ମୁମ୍ବାଇ: ବିଶ୍ୱବଜାରର ଚାପ ଆଜି ଭାରତର ସେୟାର ବଜାରରେ ଦେଖିବାକୁ ମିଳିଥିଲା। ଗତ ଶୁକ୍ରବାର ଓ ଗତକାଲି (ସୋମବାର) ସେନସେକ୍ସରେ ୯୦୦ ପଏଣ୍ଟ ବୃଦ୍ଧି ପାଇଥିଲେ ହେଁ ଆଜି ସକାଳେ କାରବାର ପ୍ରାୟ ୧୭୦ ପଏଣ୍ଟ ହ୍ରାସର ସହିତ ଆରମ୍ଭ ହୋଇଥିଲା। ଆଉ କାରବାର ଶେଷ ହେବା ବେଳକୁ ସେନସେକ୍ସରେ ୬୨୯ ପଏଣ୍ଟ ହ୍ରାସ ହୋଇଥିଲା। କାରବାର ୨୬,୮୭୭.୪୮ ପଏଣ୍ଟରେ ଶେଷ ହୋଇଥିଲା।
ସେହିଭଳି ନିଫ୍ଟିରେ କାରବାର ବନ୍ଦ ହେଲା ବେଳକୁ ୧୯୮.୩୦ ପଏଣ୍ଟ ହ୍ରାସ ହୋଇଥିଲା ଓ ୮,୧୨୬.୯୫ ପଏଣ୍ଟରେ ଶଷ ହୋଇଥିଲା।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ପ୍ରାୟ ସବୁ ସେକ୍ଟରରେ ସୂଚକାଙ୍କରେ ହ୍ରାସ ପରିଲିକ୍ଷିତ ହୋଇଥିଲା। ଶକ୍ତି, ଖଣିଜ, ବ୍ୟାଙ୍କିଙ୍ଗ୍, ତୈଳ ଓ ଗ୍ୟାସ୍ ଆଦିରେ ଅଧିକ ହ୍ରାସ ପରିଲିକ୍ଷିତ ହୋଇଥିଲା।
ଗତ ସପ୍ତାହରେ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିଥିଲା। ମେ’ ୬ ତାରିଖରେ ସେନସେକ୍ସରେ ୭୨୩ ପଏଣ୍ଟ ହ୍ରାସ ପାଇ ଥିଲା। ମେ’ ୮ ତାରିଖରେ କାରବାର ୧୧୮.୨୬ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା। ତେବେ ସପ୍ତାହର ଶେଷ ଦିବସରେ ସ୍ଥିତିରେ ସୁଧାର ଆସିଥିଲା। ଗତ ଶୁକ୍ରବାର ସେନସେକ୍ସ ୫୦୦ ପଏଣ୍ଟ ବୃଦ୍ଧି ସହିତ କାରବାର ବନ୍ଦ କରିଥିଲା। ଉଭୟ ସେନସେକ୍ସ ଓ ନିଫ୍ଟିରେ ୧.୫% ବୃଦ୍ଧି ପରିଲିକ୍ଷିତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
