Advertisment

ସର୍ବାଧିକ ଟ୍ୟାକ୍ସ ଦେଇଥିବା ଷ୍ଟାର୍; କଳାରେ ଶାହରୁଖ ଖାନ, କ୍ରୀଡାରେ ବିରାଟ କୋହଲି

ବିରାଟ କୋହଲିଙ୍କ ପରେ ମହେନ୍ଦ୍ର ସିଂହ ଧୋନି ଏବଂ ସଚିନ ତେନ୍ଦୁଲକର ସର୍ବାଧିକ ଟ୍ୟାକ୍ସ ଭରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Virat Kohli & Shahrukh Khan

Virat Kohli & Shahrukh Khan

2023-24 ଆର୍ଥିକ ବର୍ଷରେ କଳାକାର ଏବଂ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ବା କର ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ଫର୍ଚୁନ ଇଣ୍ଡିଆର ରିପୋର୍ଟ ଅନୁସାରେ, କଳାକାରଙ୍କ ମଧ୍ୟରେ ଶାହରୁଖ ଖାନ ସର୍ବାଧିକ 92 କୋଟି ଟଙ୍କାର ଟ୍ୟାକ୍ସ ଭରି ଥିବାବେଳେ କ୍ରୀଡାବିତଙ୍କ ମଧ୍ୟରେ ବିରାଟ କୋହଲି ଆଗରେ ଅଛନ୍ତି।

Advertisment

ବିରାଟ କୋହଲି ଗତ ଆର୍ଥିକ ବର୍ଷରେ 66 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ସେହିପରି ତାଙ୍କ ପରେ ଦ୍ୱିତୀୟରେ ମହେନ୍ଦ୍ର ସିଂହ ଧୋନି ଏବଂ ସଚିନ ତେନ୍ଦୁଲକର ଅଛନ୍ତି। ଉଭୟ ଯଥାକ୍ରମେ 38 ଓ 28 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। 

ରିପୋର୍ଟ ଅନୁଯାୟୀ, ସୌରଭ ଗାଙ୍ଗୁଲି (23 କୋଟି ଟଙ୍କା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (13 କୋଟି ଟଙ୍କା) କର ପୈଠ କରି କ୍ରୀଡାବିତଙ୍କ ମଧ୍ୟରେ ଟପ୍-5ରେ ଅଛନ୍ତି। 

Advertisment

ସେପଟେ କଳାକାରମାନଙ୍କ ମଧ୍ୟରେ ଶାହରୁଖଙ୍କ ପରେ ଦ୍ୱିତୀୟରେ ଅଛନ୍ତି ସାଉଥ୍ ଅଭିନେତା ଥାଲପଥି ବିଜୟ। ସେ ଗତ ଆର୍ଥିକ ବର୍ଷରେ 80 କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି। ତେବେ ଫର୍ଚୁନ ଇଣ୍ଡିଆ ରିପୋର୍ଟ ଅନୁସାରେ ଅନ୍ୟମାନେ କେତେ ଟ୍ୟାକ୍ସ ଭରିଛନ୍ତି, ଜାଣନ୍ତୁ...

  • ଶାହରୁଖ ଖାନ 92 କୋଟି ଟଙ୍କା ଟ୍ୟାକ୍ସ ଦେଇ ସବୁଠୁ ଆଗରେ ଅଛନ୍ତି। 
  • ଥାଲାପଥି ବିଜୟ 80 କୋଟି ଟଙ୍କା।
  • ସଲମାନ ଖାନ 75 କୋଟି ଟଙ୍କା।
  • ଅମିତାଭ ବଚ୍ଚନ 71 କୋଟି ଟଙ୍କା।
  • ବିରାଟ କୋହଲି 66 କୋଟି ଟଙ୍କା।
  • ଅଜୟ ଦେବଗନଙ୍କ ଟ୍ୟାକ୍ସ 42 କୋଟି ଟଙ୍କା।
  • ମହେନ୍ଦ୍ର ସିଂହ ଧୋନି 38 କୋଟି ଟଙ୍କା।
  • ରଣବୀର କପୁରଙ୍କ ଟିକସ ପରିମାଣ 36 କୋଟି ଟଙ୍କା।
  • ଉଭୟ ସଚିନ ତେନ୍ଦୁଲକର ଏବଂ ହ୍ରିତିକ ରୋଶନ ପ୍ରତ୍ୟେକ 28 କୋଟି ଟଙ୍କା ଦେଇଛନ୍ତି।
  • କପିଲ ଶର୍ମାଙ୍କ ଟ୍ୟାକ୍ସ ହେଉଛି 26 କୋଟି ଟଙ୍କା।
  • ସୌରଭ ଗାଙ୍ଗୁଲି 23 କୋଟି ଟଙ୍କା।
  • କରୀନା କପୁରଙ୍କ ଟିକସ 20 କୋଟି ଟଙ୍କା।
  • ଶାହିଦ କପୁର, ମୋହନଲାଲ ଏବଂ ଅଲୁ ଅର୍ଜୁନ ପ୍ରତ୍ୟେକ 14 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।
  • ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିକସ 13 କୋଟି ଟଙ୍କା।
  • କିଆରା ଆଡଭାନୀ 12 କୋଟି ଟଙ୍କା।
  • କ୍ୟାଟ୍ରିନା କୈଫ ଏବଂ ପଙ୍କଜ ତ୍ରିପାଠୀ ପ୍ରତ୍ୟେକ 11 କୋଟି ଟଙ୍କା ଦେଇଛନ୍ତି।
  • ଅମୀର ଖାନ ଏବଂ ଋଷଭ ପନ୍ତ ପ୍ରତ୍ୟେକ 10 କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି।
Virat Kohli Sachin Tendulkar Shah Rukh Khan MS Dhoni Highest Tax Payer