/odisha-reporter/media/post_attachments/uploads/2015/09/Sensex-Bombay-Nifty_0_0_0_0_0_0_0_0_0_0_0.jpg)
Sensex-Bombay
ମୁମ୍ବାଇ: ସେୟାର୍ ବଜାରରେ ପଡ଼ିଛି ବିହାର ନିର୍ବାଚନ ଫଳାଫଳର ପ୍ରଭାବ। ବିଜେପି ମେଣ୍ଟ ହାରିବା ଓ ଜେଡିୟୁ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ମହାମେଣ୍ଟ ଜିତିବା ପରେ ଆଜି କାରବାର ଆରମ୍ଭରୁ ସେୟାର ବଜାରରେ ସୃଷ୍ଟି ହୋଇଛି ମାନ୍ଦାବସ୍ଥା। ଆରମ୍ଭରୁ ସେନସେକ୍ସ ୬୦୦ ପଏଣ୍ଟ ହ୍ରାସ ପାଇବା ସହ ୨୬ ହଜାର ପଏଣ୍ଟ ତଳକୁ ଖସିଛି। ସେହିପରି ନିଫଟି ୧୬୦ ପଏଣ୍ଟ ହ୍ରାସ ସହ ୮ ହଜାର ପଏଣ୍ଟ ତଳକୁ ଖସିଆସିଛି। ବିହାର ନିର୍ବାଚନର ପ୍ରଭାବ ଟଙ୍କ।ର ମୂଲ୍ୟ ଉପରେ ମଧ୍ୟ ପଡିଛି। ଆଜି ବଜାର ଆରମ୍ଭରୁ ଟଙ୍କ। ଏକ ପଏଣ୍ଟ ହ୍ରାସରେ ଟ୍ରେଡିଂ ହୋଇଛି। ଡଲାର ତୁଳନାରେ ଆଜି ଟଙ୍କ।ର ମୂଲ୍ୟ ୬୬.୪୭ରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାର ପ୍ରଭାବ ସପ୍ତାହ ଧରି ଲାଗିରହିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
