ଜାଣନ୍ତୁ, କେବେ ଆସିଥିଲା ସବୁଠୁ ଛୋଟ ଓ ସବୁଠୁ ବଡ଼ ବଜେଟ

ଆପଣ ଜାଣିଛନ୍ତି ଭାରତ ଇତିହାସରେ ସବୁଠୁ ବଡ଼ ଓ ସବୁଠୁ ଛୋଟ ବଜେଟ କେବେ ଆସିଥିଲା। ଏବଂ କେଉଁ ଅର୍ଥ ମନ୍ତ୍ରୀ ଏହି ବଜେଟକୁ ଉପସ୍ଥାପନ କରିଥିଲେ।

Representational Image

  • Published: Tuesday, 23 July 2024
  • , Updated: 23 July 2024, 09:53 AM IST

ଆଜି ଆସିବ ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିବାରେ  ସୀତାରମଣ ହେବେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହାସହ ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ବି ଭାଙ୍ଗିବେ ।

ହେଲେ ଆପଣ ଜାଣିଛନ୍ତି ଭାରତ ଇତିହାସରେ ସବୁଠୁ ବଡ଼ ଓ ସବୁଠୁ ଛୋଟ ବଜେଟ କେବେ ଆସିଥିଲା। ଏବଂ କେଉଁ ଅର୍ଥ ମନ୍ତ୍ରୀ ଏହି ବଜେଟକୁ ଉପସ୍ଥାପନ କରିଥିଲେ।

ନିର୍ମଳା ସୀତାରମଣ ୨୦୨୦ ମସିହାରେ ସବୁଠୁ ଲମ୍ବା ବଜେଟ ଆଗତ କରିଥିଲେ। ମାତ୍ର ଦେଶରେ ସବୁଠୁ ଛୋଟ ବଜେଟ ହୀରୁଭାଇ ମୁଳଜୀଭାଇ ପଟେଲଙ୍କ ନାମରେ ଅଛି। ତାହା ଏକ ଅନ୍ତରୀଣ ବଜେଟ ଥିବା ବେଳେ ସମୁଦାୟ ୮ଶହ ଶବ୍ଦରେ ତାହାକୁ ସେ ଆଗତ କରିଥିଲେ।

ସେତେବେଳେ ମୋରଜୀ ଦେଶାଇ ପ୍ରଧାନମନ୍ତ୍ରୀ ଥିଲେ, ଯିଏ କି ଭାରତର ପ୍ରଥମ ଅଣ -କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ। ଏହାବାଦ ସବୁଠୁ ଛୋଟ ପୂର୍ଣ୍ଣାଙ୍ଗ ବଜେଟ କଥା କହିଲେ ତାହା ୯୩୦୦ ଶବ୍ଦର ଥିଲା। ତତ୍‌କାଳୀନ ଅର୍ଥମନ୍ତ୍ରୀ ୱାଇ ବି ଚୌହାନ ତାହାକୁ ଉପସ୍ଥାପନ କରିଥିଲେ।

ଲୋକସଭାରେ ଆଜି ବଜେଟ ଆଗତ ହେବାକୁ ଥିବେ ବେଳେ ଆସନ୍ତା କାଲି ଏହା ଉପରେ ଚର୍ଚ୍ଚା ହେବ । ଲୋକସଭା ବିଜନେସ ଆଡଭାଇଜରୀ କମିଟି ବୈଠକରେ ଏଥିନିମନ୍ତେ ୨୦ ଘଣ୍ଟା ସମୟ ଆବଣ୍ଟନ କରାଯାଇଛି। ମାତ୍ର ଉକ୍ତ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳଙ୍କ ଆଗ୍ରହକୁ ନେଇ ଏହି ସମୟକୁ ବଢ଼ା କିମ୍ବା କମା ଯାଇ ପାରିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଚର୍ଚ୍ଚାର ଉତ୍ତର ଆସନ୍ତା ୩୦ ତାରିଖରେ ଦେବାକୁ ଦିନ ଧାର୍ଯ୍ୟ ହୋଇଛି।

Related story