Advertisment

ହ୍ୱାଟସଆପକୁ ଡବଲ ଝଟକା, ହରାଉଛି ଲୋକଙ୍କ ବିଶ୍ୱସନୀୟତା !

କାଲିଫର୍ଣ୍ଣିଆ: ହ୍ୱାଟସଆପ୍ ୟୁଜରଙ୍କ ଡାଟା ସିକ୍ୟୁରିଟି ନେଇ ଯଦିଓ ସ୍ପଷ୍ଟୀକରଣ ଦେଉଛି ହେଲେ ଧୀରେ ଧୀରେ ୟୁଜର ହ୍ୱାଟସଆପରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ପରିଣାମସ୍ୱରୂପ ଅନ୍ୟ ପ୍ରତିଦ୍ୱନ୍ଦୀ କମ୍ପାନୀ ‘ସିଗନାଲ୍’ ଏବେ ୟୁଜର ସଂଖ୍ୟା ବଢ଼ିଚାଲିଛି। ଖାଲି ସିଗନାଲ ନୁହେଁ ଟେଲିଗ୍ରାମର ୟୁଜର ସଂଖ୍ୟା ମଧ୍ୟ ବଢ଼ିଛି। ଆମେରିକାର ସାନଫ୍ରାନସିସକୋରେ ଥିବା ଆପ୍ ଆନାଲାଇଟିକ୍ ସେନସର ଟାଓ୍ୱାରର ରିପୋର୍ଟ ଅନୁଯାୟୀ ସିଗନାଲ୍ ଆପର ୟୁଜର ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି। ଜାନୁଆରୀ ୬ରୁ ୧୦ […]

ଅଦ୍ୟତନ ହୋଇଛି
ହ୍ୱାଟସଆପକୁ ଡବଲ ଝଟକା, ହରାଉଛି ଲୋକଙ୍କ ବିଶ୍ୱସନୀୟତା !

whtaspp-signal-telegram

Advertisment

କାଲିଫର୍ଣ୍ଣିଆ: ହ୍ୱାଟସଆପ୍ ୟୁଜରଙ୍କ ଡାଟା ସିକ୍ୟୁରିଟି ନେଇ ଯଦିଓ ସ୍ପଷ୍ଟୀକରଣ ଦେଉଛି ହେଲେ ଧୀରେ ଧୀରେ ୟୁଜର ହ୍ୱାଟସଆପରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ପରିଣାମସ୍ୱରୂପ ଅନ୍ୟ ପ୍ରତିଦ୍ୱନ୍ଦୀ କମ୍ପାନୀ ‘ସିଗନାଲ୍’ ଏବେ ୟୁଜର ସଂଖ୍ୟା ବଢ଼ିଚାଲିଛି। ଖାଲି ସିଗନାଲ ନୁହେଁ ଟେଲିଗ୍ରାମର ୟୁଜର ସଂଖ୍ୟା ମଧ୍ୟ ବଢ଼ିଛି।

Advertisment

ଆମେରିକାର ସାନଫ୍ରାନସିସକୋରେ ଥିବା ଆପ୍ ଆନାଲାଇଟିକ୍ ସେନସର ଟାଓ୍ୱାରର ରିପୋର୍ଟ ଅନୁଯାୟୀ ସିଗନାଲ୍ ଆପର ୟୁଜର ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି। ଜାନୁଆରୀ ୬ରୁ ୧୦ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋରରେ ସିଗନାଲ ଆପକୁ ୭.୫ ମିଲିଅନ୍ ଇନଷ୍ଟଲ କରିଛନ୍ତି। ଯାହାକି ଗତ ସପ୍ତାହ ତୁଳନାରେ ୪,୨୦୦ ପ୍ରତିଶତ ଅଧିକ।

ସେହିପରି ଟେଲିଗ୍ରାମ୍ ଆପ୍ ଏହି ଜାନୁଆରୀ ୬ରୁ ୧୦ ମଧ୍ୟରେ ୯ ମିଲିଅନ୍ ୟୁଜର ଇନଷ୍ଟଲ କରିଛନ୍ତି। ଯାହାକି ଗତ ସପ୍ତାହ ତୁଳନାରେ ୯୧ ପ୍ରତିଶତ ଅଧିକ। ଏଯାବତ ସିଗନାଲର ୟୁଜର ସଂଖ୍ୟା ଭାରତରେ କେବଳ ୨.୩ ମିଲିଅନ୍ ରହିଥିବା ବେଳେ ଟେଲିଗ୍ରାମ ୟୁଜର ସଂଖ୍ୟା ୨୫ ମିଲିଅନ୍ ରହିଛି। ଭାରତ ପରେ ଆମେରିକାରେ ସର୍ବାଧିକ ସିଗନାଲ ଆପର ୟୁଜର ରହିଛନ୍ତି।

Advertisment

ସୂଚନାଯୋଗ୍ୟ, ଫେସବୁକର ସହଯୋଗୀ କମ୍ପାନୀ ହ୍ୱାଟସଆପ୍ ନିକଟରେ ପ୍ରାଇଭେସି ପଲିସି ନୋଟିଫିକେସନ ପଲିସି ପଠାଇଛି। ଯେଁଥିରେ ଫେସବୁକର ଏବଂ ସହଯୋଗୀ ସୋଶାଲ ମିଡିଆ ପ୍ଲାଟଫର୍ମ ମେସେଞ୍ଜର, ଇନଷ୍ଟାଗ୍ରାମ, ହ୍ୱାଟସଆପକୁ ଏକକୀରଣ କରିବାକୁ ଯାଉଛି ବୋଲି ନୋଟିଫିକେସନରେ ରହିଛି। ଏକକୀକରଣର ଅର୍ଥ ଚାଟ୍ ନୁହେଁ ବରଂ ୟୁଜରଙ୍କ ବ୍ୟବହାରକୁ ଏକକୀରଣ କରି ବିଜ୍ଞାପନ ପାଇଁ ଏହି ନୋଟିଫିକେସନ ଜାରି କରିଥିଲା ବୋଲି ହ୍ୱାଟସଆପ୍ କହିଛି। ହେଲେ ହ୍ୱାଟସଆପର ଏଭଳି କାମ ଡାଟା ସିକ୍ୟୁରିଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ପ୍ରତିଦ୍ୱନ୍ଦୀ କମ୍ପାନୀ ଫାଇଦାରେ ରହୁଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe