Advertisment

ରୁପା ଦର ହେବ କିଲୋ ପିଛା ୧.୨୫ ଲକ୍ଷ!

ଆସନ୍ତା ବର୍ଷ କିମ୍ବା ତାର ତିନିରୁ ଚାରି ମାସ ମଧ୍ୟରେ ସୁନା କିଲୋ ପିଛା ୧ ଲକ୍ଷ ୨୫ ହଜାର ଛୁଇଁବା ନେଇ ରିପୋର୍ଟ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Silver

Silver

Advertisment

ସୁନା ସାଙ୍ଗରେ ତାଳ ଦେଇ ବଢ଼ି ଚାଲିଛି ରୁପା ଦର। ଆଗାମୀ କିଛି ମାସ ମଧ୍ୟରେ ରୁପା ଦରବୃଦ୍ଧି ହାର ସୁନାକୁ ବି ଟପିପାରେ। ଆସନ୍ତା ବର୍ଷ କିମ୍ବା ତାର ତିନିରୁ ଚାରି ମାସ ମଧ୍ୟରେ ସୁନା କିଲୋ ପିଛା ୧ ଲକ୍ଷ ୨୫ ହଜାର ଛୁଇଁବା ନେଇ ରିପୋର୍ଟ ପ୍ରକାଶ ପାଇଛି।

Advertisment

ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସେସ୍ ଲିମିଟେଡ୍ (MOFSL) ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, MCX ଉପରେ ରୁପା କିଲୋଗ୍ରାମ ପିଛା ୧,୨୫,୦୦୦ ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି।

MOFSL ଆହୁରି ଆକଳନ କରିଛି ଯେ, ଆଗକୁ ସୁନା ଦର ୧୦ ଗ୍ରାମ ପ୍ରତି ୮୧,୦୦୦ ଟଙ୍କା ହୋଇପାରେ। ଏହି ଦର କିଛି ଦିନ ପାଇଁ ରହିବ। ଏହାପରେ ଦୀର୍ଘ ମିଆଦି ପର୍ଯ୍ୟନ୍ତ ସୁନା ଦର ୮୬,୦୦୦ ଟଙ୍କା ରହିପାରେ। 

Advertisment

MOFSLର କମୋଡିଟି ରିସର୍ଚର ମାନବ ମୋଦି କହିଛନ୍ତି, ‘ବଜାରରେ ଅନିଶ୍ଚିତତା, ରେଟ୍ ହ୍ରାସ, ଚାହିଦା ବୃଦ୍ଧି ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା କାରଣରୁ ୨୦୨୪ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର କିଛି ମାସ ପରେ ସୁନା ଦର ଆହୁରି ବୃଦ୍ଧି ପାଇବ।’

ସୁନା ଓ ରୁପାର ଅହେତୁକ ମୂଲ୍ୟ ବୃଦ୍ଧିର ଅନ୍ୟ କାରଣ ହେଉଛି ଫେଡେରାଲ ରିଜର୍ଭର ହାର ହ୍ରାସ ଏବଂ ଭୌଗୋଳିକ-ରାଜନୈତିକ ତିକ୍ତତା। ବିଶେଷ କରି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏହାର ମୁଖ୍ୟ କାରଣ ବୋଲି ମାନବ ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୋଟାମୋଟି ଭାବେ ଏହି ଦୀପାବଳିରେ ମୂଲ୍ୟ ସକରାତ୍ମକ ରହିବ ବୋଲି ଆଶା କରାଯାଉଛି।

Gold Price Silver Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe