Advertisment

୪୮୦୪କୋଟି ଟଙ୍କାର ୧୯ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଇଣ୍ଡିଆନ ମେଟାଲ ଆଣ୍ଡ ଫେରେକ୍ରୋମ ଆଲଏଜ୍ ଲିମିଟେଡ୍ (ଇମ୍ଫା) ୯୭୭.୪୩ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ୨ ଲକ୍ଷ ୨୦ହଜାର ମେଟ୍ରିକ ଟନ୍ ଫେରୋକ୍ରୋମ ଓ ୨୦ ମେଗାୱାଟ୍ ବିଶିଷ୍ଟ ପାୱାର ପ୍ଲାଣ୍ଟ ନିର୍ମାଣ କରିବ। ଏହାଦ୍ୱାରା ୧୧୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

undefined

Loka Seva Bhavan

Advertisment

ରାଜ୍ୟରେ ୪୮୦୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୯ଟି ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୧୭୫୫୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

Advertisment

ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୪୮୦୪.୩୫କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୋଷାକ ଓ ବୟନଶିଳ୍ପ, ଇସ୍ପାତ ଡାଉନଷ୍ଟ୍ରିମ, ପେଣ୍ଟ(ରସାୟନିକ), ପ୍ଲାଷ୍ଟିକ, ପ୍ୟାକେଜିଂ-ମେଟାଲ, ଡାଉନଷ୍ଟ୍ରିମ, ଅକ୍ଷୟ ଶକ୍ତି, ସର୍କୁଲାର ଅର୍ଥନୀତି, ଭିତ୍ତିଭୂମି, ଆଇଟି, କୃଷି ପ୍ରକ୍ରିୟାକରଣ, ଖାଦ୍ୟ-ପାନୀୟ ଓ ଆନୁସଙ୍ଗିକ କ୍ଷେତ୍ର ଭଳି ପ୍ରମୁଖ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ । ରାଜ୍ୟରେ ୧୦ଟି ଜିଲ୍ଲାରେ ଏସବୁ ପ୍ରକଳ୍ପ ନିର୍ମାଣ ହେବ ବୋଲି ଜଣାପଡ଼ିଛି ।

ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡ଼ାଠାରେ ୱେଲସ୍ପିନ୍ ଲିଭିଂ ଲିମିଟେଡ୍ ୨୦୦କୋଟି ଟଙ୍କା ବ୍ୟୟରେ ପୋଷାକ ଓ ବୟନଶିଳ୍ପ କାରଖାନା ସ୍ଥାପନ କରିବ। ଏହାଦ୍ୱାରା ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଟାଟା ଷ୍ଟିଲ ଡାଉନଷ୍ଟ୍ରିମ ପ୍ରଡକ୍ଟସ ଲିମିଟେଡ୍ ଦ୍ୱାରା ଯାଜପୁରର କଳିଙ୍ଗନଗରରେ ୧୦ଲକ୍ଷ ମେଟ୍ରିକ ଟନ୍ ଇସ୍ପାତ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିରେ ୭୩୫କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୩୩୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Advertisment

ସେହିପରି ଇଣ୍ଡିଆନ ମେଟାଲ ଆଣ୍ଡ ଫେରେକ୍ରୋମ ଆଲଏଜ୍ ଲିମିଟେଡ୍ (ଇମ୍ଫା) ୯୭୭.୪୩ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ୨ ଲକ୍ଷ ୨୦ହଜାର ମେଟ୍ରିକ ଟନ୍ ଫେରୋକ୍ରୋମ ଓ ୨୦ ମେଗାୱାଟ୍ ବିଶିଷ୍ଟ ପାୱାର ପ୍ଲାଣ୍ଟ ନିର୍ମାଣ କରିବ। ଏହାଦ୍ୱାରା ୧୧୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ସେହିପରି ଜିନ୍ଦଲ ଷ୍ଟିଲ ୧୫୦କୋଟି ଟଙ୍କା ବ୍ୟୟରେ କଳିଙ୍ଗନଗରଠାରେ ଷ୍ଟିଲ ସର୍ଭିସ ସେଂଟର ୟୁନିଟ୍ ନିର୍ମାଣ କରିବ । ଏଥିରେ ୩୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Odisha Mines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe