Advertisment

୪୯୩ କୋଟି ଟଙ୍କାର ୬ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୯୩.୬୨ କୋଟି ଟଙ୍କାର ୬ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୩୧୭ଜଣଙ୍କୁ କର୍ମନିଯୁକ୍ତି ମିଳିବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଯାଜପୁର କଳିଙ୍ଗନଗରରେ ୧୨୫କୋଟି ଟଙ୍କା ବ୍ୟୟରେ ଜଟିଆ ଷ୍ଟିଲ ଦ୍ୱାରା ରଡ୍ ତିଆରି କାରଖାନା ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ୧୫୦ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି […]

author-image
Ordigital Desk
ଅଦ୍ୟତନ ହୋଇଛି
ଖର୍ଚ୍ଚ ଦେବ ଏମସିଏଲ୍, ତଥାପି ମେଡିକାଲ କଲେଜ ପରିଚାଳନା ପାଇଁ ତତ୍ପର ନୁହଁନ୍ତି ରାଜ୍ୟ ସରକାର

secretariat

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୯୩.୬୨ କୋଟି ଟଙ୍କାର ୬ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୩୧୭ଜଣଙ୍କୁ କର୍ମନିଯୁକ୍ତି ମିଳିବ।

Advertisment

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଯାଜପୁର କଳିଙ୍ଗନଗରରେ ୧୨୫କୋଟି ଟଙ୍କା ବ୍ୟୟରେ ଜଟିଆ ଷ୍ଟିଲ ଦ୍ୱାରା ରଡ୍ ତିଆରି କାରଖାନା ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ୧୫୦ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଅନ୍ୟ ଯେଉଁ ପ୍ରକଳ୍ପଗୁଡ଼ିକୁ ଆଜି ଅନୁମୋଦନ ମିଳିଛି ସେଥିରେ ଷଡ଼ଙ୍ଗୀ ମେଟାଲ ୱାକର୍ସ ଇଣ୍ଟରନ୍ୟାସନାଲ ପ୍ରାଃ ଲିମିଟେଡ୍ ଦ୍ୱାରା କଳିଙ୍ଗନଗରରେ ୬୫.୩୭କୋଟି ଟଙ୍କା ବ୍ୟୟରେ ଷ୍ଟିଲ ସାମଗ୍ରୀ ନିର୍ମାଣ କରାଯିବା ସାମିଲ ରହିଛି। ଏଥିରେ ପ୍ରାୟ ୫୬୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ସୋନପୁରରେ ଅଢ଼େଇ ମେଗାୱାଟ ପାୱାର ପ୍ଲାଣ୍ଟ ସହ ଇଥନଲ ପ୍ଲାଂଟ୍ ସ୍ଥାପନ ପାଇଁ ଜେଆରଏସ୍ ଭେଂଚର୍ସ ପ୍ରାଃ ୧୨୧ କୋଟି ଟଙ୍କା ବ୍ୟୟ କରିବ। ୧୧୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

Advertisment

ଏହାବ୍ୟତୀତ ଏସଏନଏମ୍ ହୋଟଲସ୍ ଆଣ୍ଡ ରିସୋର୍ଟ ଗଞ୍ଜାମରେ ୮୦.୨୫କୋଟି ଟଙ୍କା ବ୍ୟୟରେ ଏକ ହୋଟେଲ ଓ ରିସୋର୍ଟ ନିର୍ମାଣ କରିବ। ଏଥିରେ ୧୮୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

ସେହିପରି ଖୋର୍ଦ୍ଧାରେ କାର୍ବନ/ଗ୍ରାଫାଇଟ୍ ବ୍ଳକ କାଟିବା ମେସିନ୍ ସୁବିଧା ସ୍ଥାପନ ପାଇଁ ଡାନିଏଲି କୋରସ୍ ରିଫ୍ରାକ୍ଟୋରୀ ସଲ୍ୟୁସନ୍ ପ୍ରାଃ ୫୧କୋଟି ଟଙ୍କା ବ୍ୟୟ କରିବ। ଏଥିରେ ପ୍ରାୟ ୧୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।