/odisha-reporter/media/post_attachments/uploadimage/library/16_9/16_9_0/IMAGE_1676729639.jpg)
Nirmala Sitharaman
ଜିଏସ୍ଟି କ୍ଷତିପୂରଣ ବାବଦରେ ବାକି ରହିଥିବା ସମସ୍ତ ୧୬,୯୮୨ କୋଟି ଟଙ୍କା କେନ୍ଦ୍ର ସରକାର ନିଜ ପକେଟରୁ ଭରଣ କରିବେ। ଜିଏସ୍ଟି କାଉସିଲର ୪୯ମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକଥା ଘୋଷଣା କରିଛନ୍ତି। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି, “ସମସ୍ତ ରାଜ୍ୟଗୁଡ଼ିକୁ ଆଜି ଯାଏ ବାକି ରହିଥିବା ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ଦିଆଯିବ।
ଆଜି ହିଁ ଏ ସମ୍ପର୍କରେ ଅର୍ଥ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାର ନିଜ ସମ୍ବଳରୁ ସମସ୍ତ ୧୬,୯୮୨ କୋଟି ଟଙ୍କା ଜିଏସ୍ଟି କ୍ଷତିପୂରଣ ବାବଦରେ ଦେବେ। ପ୍ରକୃତରେ କ୍ଷତିପୂରଣ ପ୍ରଦାନ ପାଣ୍ଠିରେ ଏତେ ପରିମାଣର ଅର୍ଥ ନାହିଁ। ତେଣୁ ଆମେ ନିଜ ରାଜସ୍ୱରୁ ଏହି ଅର୍ଥ ରିଲିଜ୍ କରିବୁ। ଭବିଷ୍ୟତରେ ଖର୍ଚ୍ଚ ହୋଇଥିବା ଅର୍ଥ କ୍ଷତିପୂରଣ ସେସ୍ରୁ ସଂଗ୍ରହ କରାଯିବ। ୫ ବର୍ଷ ମଧ୍ୟରେ ବାକିଥିବା ସମସ୍ତ କ୍ଷତିପୂରଣ ଅର୍ଥ ଦିଆଯିବ।”
ଜିଏସ୍ଟି(ରାଜ୍ୟକୁ କ୍ଷତିପୂରଣ) ଆଇନ ୨୦୧୭ ଅନୁଯାୟୀ ସରକାରଙ୍କୁ ସେସ ଆଦାୟ ପାଇଁ ଅନୁମତି ଦେଇଛି। ଏହାକୁ ୨୦୧୭ ଜୁଲାଇ ୧ ପରେ ରାଜ୍ୟଗୁଡ଼ିକ ଜିଏସ୍ଟି ଲାଗୁ ହେବା ପରେ ସହୁଥିବା କ୍ଷତିପୂରଣ ଅର୍ଥ ଆକାରରେ ପାଇବେ।
ଜିଏସ୍ଟି ଲାଗୁ ହେବା ଯୋଗୁ ଅନେକ ରାଜ୍ୟର ରାଜସ୍ୱ ସଂଗ୍ରହ ହ୍ରାସ ପାଇଛି। ତେଣୁ ସେମାନେ ୨୦୧୭ ଜୁଲାଇରୁ ସହିଥିବା କ୍ଷତି ବାବଦ ଅର୍ଥ କେନ୍ଦ୍ର ସରକାରଙ୍କ ଠାରୁ ପାଇବାର ଅଛି। ଆଜି କେନ୍ଦ୍ର ସରକାର ଅର୍ଥ ରିଲିଜ୍ ସମ୍ପର୍କରେ ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
