ବିଶ୍ୱର ତୃତୀୟ ଧନୀ ବ୍ୟକ୍ତିଙ୍କ କେତୋଟି ଚର୍ଚ୍ଚିତ ମନ୍ତବ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରା ବିଶ୍ୱରେ ବର୍ତ୍ତମାନ ସେ ଜଣେ ସଫଳ ନିବେଶକ। ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି।  ତାଙ୍କ ଅଧୀନରେ କାମ କରୁଛନ୍ତି ୩ ଲକ୍ଷ ୭୦ ହଜାରରୁ ଅଧିକ କର୍ମଚାରୀ। ଖାଉଟୀ ସାମଗ୍ରୀଠାରୁ ଆରମ୍ଭ କରି କ୍ରୀଡା ଉପକରଣ, ଇଣ୍ଟରନେଟ୍, ଅଟୋମୋଟିଭ୍, ଗଣମାଧ୍ୟମ, ବୀମା, ରିୟଲ ଇଷ୍ଟେଟ୍ ଆଦି ବ୍ୟାପକ କ୍ଷେତ୍ରରେ ତାଙ୍କର ପ୍ରବେଶ ରହିଛି। ୱାରେନ୍ ବଫେଟ୍। ବର୍କଶାୟାର ହାତାୱେର ପ୍ରତିଷ୍ଠାତା ସିଇଓ।  ୮୮ ବର୍ଷରେ ବେଫିକର ଜୀବନ ବଞ୍ଚୁଥିବା ଏହି ଇଣ୍ଟେଲିଜେଣ୍ଟ ଇନ୍‌ଭେଷ୍ଟମେଣ୍ଟ୍ ଗୁରୁଙ୍କର […]

buffet-new

Jagamohan Maharana
  • Published: Monday, 05 November 2018
  • , Updated: 05 November 2018, 06:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରା ବିଶ୍ୱରେ ବର୍ତ୍ତମାନ ସେ ଜଣେ ସଫଳ ନିବେଶକ। ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି।  ତାଙ୍କ ଅଧୀନରେ କାମ କରୁଛନ୍ତି ୩ ଲକ୍ଷ ୭୦ ହଜାରରୁ ଅଧିକ କର୍ମଚାରୀ।

ଖାଉଟୀ ସାମଗ୍ରୀଠାରୁ ଆରମ୍ଭ କରି କ୍ରୀଡା ଉପକରଣ, ଇଣ୍ଟରନେଟ୍, ଅଟୋମୋଟିଭ୍, ଗଣମାଧ୍ୟମ, ବୀମା, ରିୟଲ ଇଷ୍ଟେଟ୍ ଆଦି ବ୍ୟାପକ କ୍ଷେତ୍ରରେ ତାଙ୍କର ପ୍ରବେଶ ରହିଛି।

ୱାରେନ୍ ବଫେଟ୍। ବର୍କଶାୟାର ହାତାୱେର ପ୍ରତିଷ୍ଠାତା ସିଇଓ।  ୮୮ ବର୍ଷରେ ବେଫିକର ଜୀବନ ବଞ୍ଚୁଥିବା ଏହି ଇଣ୍ଟେଲିଜେଣ୍ଟ ଇନ୍‌ଭେଷ୍ଟମେଣ୍ଟ୍ ଗୁରୁଙ୍କର କେତୋଟି ଚର୍ଚ୍ଚିତ ମନ୍ତବ୍ୟରୁ ବଛା ବଛା କିଛି ରତ୍ନ ଆପଣଙ୍କ ପାଇଁ  ...

1-  If you buy things you do not need, soon you will have to sell things you need (ଯଦି ଆବଶ୍ୟକତା ନଥିବା ଜିନିଷ କିଣୁଛନ୍ତି, ତେବେ ସମୟ ଆସିବ ଯେତେବେଳେ ଆପଣଙ୍କୁ ଆବଶ୍ୟକ ଜିନିଷକୁ ବିକିବାକୁ ପଡ଼ିପାରେ।)

2-  Price is what you pay. Value is what you get.( ତୁମେ ଯାହା ଦିଅ ତାହା ଦାମ୍। ଯାହା ପାଅ ତାହା ମୂଲ୍ୟ।)

3-   Never depend on single income. Make investment to create a second source. ( ଗୋଟିଏ ରୋଜଗାର ଉପରେ ନିର୍ଭର କରନ୍ତୁ ନାହିଁ।  ଦ୍ୱିତୀୟ ବିକଳ୍ପ ପାଇଁ ନିବେଶ କରନ୍ତୁ।

4- Do not put all your eggs in one basket.( ଗୋଟିଏ ଝୁଡ଼ିରେ ସବୁ ଅଣ୍ଡା ରଖନାହିଁ।)

5-  Never test the depth of river with both the feet.( ଦୁଇ ପାଦରେ ପାଣିର ଗଭୀରତା ମାପନ୍ତୁ ନାହିଁ।)

6-   Honesty is a very expensive gift. Do Not expect it form cheap people.( ସଚ୍ଚୋଟପଣିଆ ଭାରି ଦୁର୍ଲଭ ଉପହାର। ଏଭଳି ଉପହାର ଶସ୍ତା ଲୋକଙ୍କଠାରୁ ଆଶା କରନ୍ତୁ ନାହିଁ।

7-   Never invest in a business you don’t understand.(ଯେଉଁ ବ୍ୟବସାୟ ସମ୍ପର୍କରେ ଜ୍ଞାନ ନାହିଁ, ସେଥିରେ ନିବେଶ କରନ୍ତୁ ନାହିଁ।)

Related story