Advertisment

Nokia 6.2 ଉପରେ ମିଳୁଛି ଜବରଦସ୍ତ ଅଫର୍

ନୂଆଦିଲ୍ଲୀ: ନୋକିଆର ଫୋନ୍‌ ଉପରେ ମିଳୁଛି ବଡ଼ ରିହାତି। ଆମାଜନ୍‌ ଇଣ୍ଡିଆ ୱେବ୍‌ସାଇଟ୍‌ର ଅନ୍‌ଗୋଇଂ ସେଲ୍‌ରେ Nokia 6.2 ଉପରେ ଜବରଦସ୍ତ ଅଫର୍‌ ମିଳୁଛି। ଏହି ଫୋନ୍‌କୁ ଗ୍ରାହକ ୩ ହଜାର ୧୦୦ ଟଙ୍କା ରିହାତିରେ ପାଇପାରିବେ। କମ୍ପାନୀ ଏହାକୁ ଏହି ସେଲ୍‌ରେ ମାତ୍ର ୧୨ ହଜାର ୪୯୯ ଟଙ୍କାରେ ଉପଲବ୍ଧ କରାଇଛି। ଏହି ଫୋନ୍‌ଟିକୁ ଗତ ବର୍ଷ ୧୫ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ଏହା ବ୍ୟତୀତ ଆମାଜନ୍‌ ଇଣ୍ଡିଆରେ ନୋକିଆ ଫୋନ୍‌ରେ ଆହୁରି […]

author-image
Chinmayee Roy
Nokia 6.2 ଉପରେ ମିଳୁଛି ଜବରଦସ୍ତ ଅଫର୍

phone-1

ନୂଆଦିଲ୍ଲୀ: ନୋକିଆର ଫୋନ୍‌ ଉପରେ ମିଳୁଛି ବଡ଼ ରିହାତି। ଆମାଜନ୍‌ ଇଣ୍ଡିଆ ୱେବ୍‌ସାଇଟ୍‌ର ଅନ୍‌ଗୋଇଂ ସେଲ୍‌ରେ Nokia 6.2 ଉପରେ ଜବରଦସ୍ତ ଅଫର୍‌ ମିଳୁଛି। ଏହି ଫୋନ୍‌କୁ ଗ୍ରାହକ ୩ ହଜାର ୧୦୦ ଟଙ୍କା ରିହାତିରେ ପାଇପାରିବେ। କମ୍ପାନୀ ଏହାକୁ ଏହି ସେଲ୍‌ରେ ମାତ୍ର ୧୨ ହଜାର ୪୯୯ ଟଙ୍କାରେ ଉପଲବ୍ଧ କରାଇଛି। ଏହି ଫୋନ୍‌ଟିକୁ ଗତ ବର୍ଷ ୧୫ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା।

Advertisment

ଏହା ବ୍ୟତୀତ ଆମାଜନ୍‌ ଇଣ୍ଡିଆରେ ନୋକିଆ ଫୋନ୍‌ରେ ଆହୁରି ଅନେକ ଅଫର ମଧ୍ୟ ଦିଆଯାଉଛି। ଏହି ନୂଆ ଅଫର୍‌ ଅନୁଯାୟୀ ଗ୍ରାହକମାନେ ପୁରୁଣା ଫୋନ୍‌କୁ ଏକ୍ସଚେଞ୍ଜ କଲେ  ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଡିସ୍‌କାଉଣ୍ଟ ପାଇପାରିବେ। ଏହି ଏକ୍ସଚେଞ୍ଜ ଅଫର୍‌ କେବଳ Nokia 2.2, Nokia 2.3, Nokia 6.2 ଓ Nokia 7.2ରେ ହିଁ ଉପଲବ୍ଧ ହେଉଛି।

publive-imageNokia 6.2ର ଫିଚର: ଏହି ଫୋନ୍‌ ଆଣ୍ଡ୍ରଏଡ୍ 9 pieରେ ଚାଲେ। ଏଥିରେ HDR10 ସପୋର୍ଟ ଓ ଗରିଲ୍ଲା ଗ୍ଲାସ୍ ୩ ସହ ୬.୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୪ ଜିବି ରାମ୍‌ ସହ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୩୬ ପ୍ରୋସେସର ମିଳିବ। Nokia 6.2ରେ 10Wର ଚାର୍ଜିଂ ସପୋର୍ଟ ସହ  3,500mAhର ବ୍ୟାଟେରୀ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏହାର ରିୟରରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି, ଯେଉଁଥିରେ ମୁଖ୍ୟ କ୍ୟାମେରାଟି ୧୬ ମେଗାପିକ୍ସେଲର ରହିଛି। ସେହିପରି ସେଲ୍‌ଫି ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହାର ଇଣ୍ଟରନାଲ୍‌ ମୋମୋରୀ ୧୨୮ ଜିବିର ଯାହାକୁ କାର୍ଡ଼ ସାହାଯ୍ୟରେ ୫୧୨ ଜିବିକୁ ବଢ଼ାଯାଇପାରିବ।

Advertisment