Advertisment

ସତ୍ୟମ ସ୍କାମ୍; ରାଜୁଙ୍କୁ ମିଳିଲା ଜାମିନ୍

ହାଇଦ୍ରାବାଦ: କୋଟି କୋଟି ଟଙ୍କାର ସତ୍ୟମ କଂପ୍ୟୁଟର ଘୋଟାଲା ମାମଲାରେ ଆଜି ହାଇଦ୍ରାବାଦର ମଟ୍ରୋପୋଲିଟିଆନ ସେସନ୍ସ କୋର୍ଟ ସମସ୍ତ ୧୦ ଜଣ ଯାକ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବି ରାମାଲିଙ୍ଗା ରାଜୁ ଓ ତାଙ୍କ ଭାଇ ବି. ରାମା ରାଜୁ। ରାମାଲିଙ୍ଗା ଓ ତାଙ୍କ ଭାଇଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ବେଲ୍ ବଣ୍ଡ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବେଲ୍ ବଣ୍ଡ୍ ଦାଖଲ […]

ଅଦ୍ୟତନ ହୋଇଛି
ସତ୍ୟମ ସ୍କାମ୍; ରାଜୁଙ୍କୁ ମିଳିଲା ଜାମିନ୍

RAJU

Advertisment

ହାଇଦ୍ରାବାଦ: କୋଟି କୋଟି ଟଙ୍କାର ସତ୍ୟମ କଂପ୍ୟୁଟର ଘୋଟାଲା ମାମଲାରେ ଆଜି ହାଇଦ୍ରାବାଦର ମଟ୍ରୋପୋଲିଟିଆନ ସେସନ୍ସ କୋର୍ଟ ସମସ୍ତ ୧୦ ଜଣ ଯାକ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବି ରାମାଲିଙ୍ଗା ରାଜୁ ଓ ତାଙ୍କ ଭାଇ ବି. ରାମା ରାଜୁ। ରାମାଲିଙ୍ଗା ଓ ତାଙ୍କ ଭାଇଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ବେଲ୍ ବଣ୍ଡ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବେଲ୍ ବଣ୍ଡ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏହି ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଗତ ଏପ୍ରିଲ ୯ ତାରିଖରେ ରାଜୁ ଓ ତାଙ୍କ ଭାଇଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଘୋଷଣା କରିଥିଲେ। ଏହା ସହିତ ଦୁହିଁଙ୍କଠାରୁ ୫ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଅନ୍ୟ ୮ ଜଣଙ୍କ ଉପରେ ୨୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ହୋଇଛି। ଆଜି ହାଇଦ୍ରାବାଦର ମଟ୍ରୋପୋଲିଟିଆନ ସେସନ୍ସ କୋର୍ଟ ଏମାନଙ୍କୁ ଜାମିନ ଦେବା ବେଳେ କହିଥିଲେ ଯେ ଜରିମାନା ଅର୍ଥର ୧୦% ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ପଡ଼ିବ।

ରାମାଲିଙ୍ଗା ରାଜୁ ସତ୍ୟମର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe