ନୂଆଦିଲ୍ଲୀ: ପେଟ୍ରୋଲିୟମ୍ କଂପାନୀଗୁଡ଼ିକ ସବସିଡି ରହିତ ଗ୍ୟାସ୍ ସିଲିଣ୍ଡରର ଦର ୨୭ଟଙ୍କା ୫୦ ପଇସା କମାଇ ଦେଇଛନ୍ତି। ଅନ୍ୟପକ୍ଷରେ ବିମାନ ଇନ୍ଧନ କିଲୋଲିଟର ପ୍ରତି ୧୪୨.୫୬ ଟଙ୍କା ହ୍ରାସ କରିଛନ୍ତି। ବୈଷୟିକ ଦୃଷ୍ଟିରୁ ଦରରେ ଏମିତି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ତୈଳ କଂପାନୀଗୁଡ଼ିକ ଦେଇଥିବା ସୂଚନା ମୁତାବକ ଏବେଠାରୁ ସବସିଡି ରହିତ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୪୫ ଟଙ୍କା ରହିବ। ଏହା ପୂର୍ବରୁ ଅକ୍ଟୋବର ୧ ତାରିଖରେ ସବସିଡି ରହିତ ଗ୍ୟାସ୍ ସିଲିଣ୍ଡରର ଦର ୪୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ବିମାନ ଇନ୍ଧନରେ ମାତ୍ର ୦.୩ ପ୍ରତିଶତ ହ୍ରାସ କରାଯାଇଛି। ଏବେ ବିମାନ ଇନ୍ଧନର ମୂଲ୍ୟ କିଲୋଲିଟର ପ୍ରତି ୪୩,୦୪୧ ଟଙ୍କା ହୋଇଛି। ବିଭିନ୍ନ ବିମାନ ବନ୍ଦରରେ ବିମାନ ଇନ୍ଧନର ଦର ସ୍ଥାନୀୟ ବିକ୍ରି କର ଅବା ଭାଟ୍ ଉପରେ ନିର୍ଭର କରିବ। ଏହା ପୂର୍ବରୁ ଅକ୍ଟୋବର ପହିଲାର ଏହାର ଦର କିଲୋଲିଟର ପ୍ରତି ୫.୫ ପ୍ରତିଶତ ବଢ଼ା ଯାଇଥିଲା। ଅର୍ଥାତ ବିମାନ ଇନ୍ଧନ ମୂଲ୍ୟ କିଲୋଲିଟର ପ୍ରତି ୨୨୪୫.୯୨ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।