Advertisment

ଇତିହାସ ପାଲଟିଲା 'ଜେଟ୍ ଏୟାରୱେଜ୍', ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଦୀର୍ଘ ଦିନରୁ ସଂକଟରେ ଜୁଝି ହେଉଥିବା 'ଜେଟ୍ ଏୟାରୱେଜ୍'ର ଯାତ୍ରା ଶେଷ ହୋଇଛି। ଏୟାରଲାଇନକୁ ଲିକ୍ୱିଡେଟ୍ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Jet Airways

Jet Airways

Advertisment

ଏକଦା ଭାରତର ବିମାନ ଚଳାଚଳ କ୍ଷେତ୍ରର ବିଳାସପୂର୍ଣ୍ଣ ତଥା ଉତ୍କୃଷ୍ଟ ସେବା ପାଇଁ ପରିଚିତ 'ଜେଟ୍ ଏୟାରୱେଜ୍' ବର୍ତ୍ତମାନ ଇତିହାସ ପୃଷ୍ଠାରେ ସଂପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଦୀର୍ଘ ଦିନରୁ ସଂକଟରେ ଜୁଝି ହେଉଥିବା ଏୟାରଲାଇନର ଯାତ୍ରା ସବୁଦିନ ପାଇଁ ଶେଷ ହୋଇଛି। ଏହି ବିମାନ ସେବାକୁ ପୁଣିଥରେ ଆରମ୍ଭ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଏକ ନିଷ୍ପତ୍ତି ସବୁ ସମ୍ଭାବନାକୁ ଶେଷ କରିଛି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେ.ବି ପାରଦୀୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ 'ଜେଟ୍ ଏୟାରୱେଜ୍' ଏୟାରଲାଇନକୁ ଲିକ୍ୱିଡେଟ୍ କରିବାକୁ ନଭେମ୍ବର ୭ରେ ଆଦେଶ ଦେଇଛନ୍ତି। ଗୋଟିଏ କମ୍ପାନୀର ଲିକ୍ୱିଡେସନ୍ ଅର୍ଥ ହେଉଛି ଏହାର ସମ୍ପତ୍ତି ବିକ୍ରୟ କରି ଏହାକୁ ସଂପୂର୍ଣ୍ଣ ବାତିଲ୍ କରିବା। ଏହି ରାୟ ସହ ନ୍ୟାସନାଲ୍ କମ୍ପାନୀ ଲ' ଆପିଲେଟ୍ ଟ୍ରିବ୍ୟୁନାଲ (NCLAT)ର ନିଷ୍ପତ୍ତିକୁ ଖାରଜ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।

SBI ଆବେଦନ ଉପରେ ଆସିଲା ନିଷ୍ପତ୍ତି
'ଜେଟ୍ ଏୟାରୱେଜ୍'କୁ ପୁଣିଥରେ ଆରମ୍ଭ କରିବା ପାଇଁ ଜାଲାନ କଲର୍କ କନସୋର୍ଟିୟମ (JKC) ଟ୍ରିବ୍ୟୁନାଲ ନିକଟରେ ଏକ ସମାଧାନ ଯୋଜନା ଉପସ୍ଥାପନ କରିଥିଲା। ଏହି ଯୋଜନା ଅନୁଯାୟୀ 'ଜେଟ୍ ଏୟାରୱେଜ୍' ମାଲିକାନାକୁ JKCକୁ ହସ୍ତାନ୍ତର କରିବା ପାଇଁ ଟ୍ରିବ୍ୟୁନାଲ ଏକ ନିଷ୍ପତ୍ତି ଶୁଣାଇଥିଲେ। ଏହାପରେ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇର ନେତୃତ୍ୱରେ ଏୟାରଲାଇନକୁ ଋଣ ଦେଇଥିବା ଏକ ଋଣଦାତା, NCLAT (ଟ୍ରିବ୍ୟୁନାଲ) ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି।

Advertisment

କାହିଁକି ଦେବାଳିଆ ହେଲା 'ଜେଟ୍ ଏୟାରୱେଜ୍'?
'ଜେଟ୍ ଏୟାରୱେଜ୍'ର ପ୍ରତିଷ୍ଠାତା ହେଉଛନ୍ତି ନରେଶ ଗୋୟଲ। ଦେଶର ଦ୍ରୁତ ପରିବର୍ତ୍ତନଶୀଳ ବିମାନ ଚଳାଚଳ କ୍ଷେତ୍ର ଅନୁଯାୟୀ 'ଜେଟ୍ ଏୟାରୱେଜ୍' ନିଜକୁ ପରିବର୍ତ୍ତନ କରିପାରିଲା ନାହିଁ। ଦୀର୍ଘ ସମୟ ଧରି ବିମାନର ଆକାର ପରିବର୍ତ୍ତନ କରିପାରିଲାନି କମ୍ପାନୀ। କେବଳ ଏତିକି ନୁହେଁ, ଲିଜ୍ ନିଆଯାଇଥିବା ବିମାନଗୁଡ଼ିକର ଦେୟକୁ ମଧ୍ୟ ଡିଫଲ୍ଟ କରିଥିଲା କମ୍ପାନୀ। ଏହି କାରଣରୁ, ଧିରେ ଧିରେ କମ୍ପାନୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା ଏବଂ ଶେଷରେ ଏହା ବନ୍ଦ ହୋଇଗଲା।

ଅନ୍ୟପକ୍ଷରେ କମ୍ପାନୀ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା। ଏହି ସମ୍ପର୍କିତ ମାମଲାରେ ସେ ଦୀର୍ଘ ଦିନ ଧରି ଇଡି ହେପାଜତରେ ଅଛନ୍ତି। ଇଡି ଅଭିଯୋଗକ୍ରମେ ନରେଶ ଗୋୟଲଙ୍କ ଜେଟ ଏୟାରୱେଜକୁ ୬,୦୦୦ କୋଟି ଟଙ୍କାର ଯେଉଁ ଋଣ ଦିଆଯାଇଥିଲା, ସେଥିରୁ ବହୁ ପରିମାଣର ଅର୍ଥ ହଡପ ହୋଇଛି। କେବଳ ଏତିକି ନୁହେଁ, ଏହି ଅର୍ଥର ଅନେକ ଅଂଶ ଜର୍ସି ଏବଂ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ ପରି ଟ୍ୟାକ୍ସ-ଫ୍ରି ଦେଶକୁ ମଧ୍ୟ ପଠାଯାଇଥିଲା।

Jet Airways Liquidation Supreme Court On Jet Airways Supreme Court Jet Airways
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe