ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ

ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।

Suryabanshi Suraj

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Jitendra Garnayak
  • Published: Saturday, 21 December 2024
  • Updated: 21 December 2024, 06:57 PM IST

Sports

Latest News

ଭଦ୍ରକ ଜିଲ୍ଲା ଧାମନଗର ଛକରେ MCPI ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ଏକ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪୩୮୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛି ଆଇଓସିଏଲ। ଫଳରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ। ଏଥିଲାଗି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଓ ସ୍ଥାନୀୟ ଯୁବଗୋଷ୍ଠୀ ଏହି ପ୍ରକଳ୍ପ ଦ୍ୱାରା ବିଶେଷ ରୂପେ ଲାଭାନ୍ୱିତ ହେବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ସେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଶିଳ୍ପ ସମୃଦ୍ଧ ହେଉଛି ରାଜ୍ୟ ଓ ଦେଶ। ଆଇଓସିଏଲ ଓ MCPI PVT LTD ସହାଭାଗୀତାରେ ଧାମନଗର ଛକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ। ଏଥିନିମନ୍ତେ ୪୩୮୨ କୋଟି ଟଙ୍କା ମଞ୍ଜୁର ହୋଇଛି। ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରସ୍ତାବିତ ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ନିକଟ ଅତୀତରେ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭଦ୍ରକ ଜିଲ୍ଲା ଓ ସ୍ଥାନୀୟ ଯୁବଗୋଷ୍ଠୀ ଏହି ପ୍ରକଳ୍ପ ଦ୍ୱାରା ବିଶେଷ ରୂପେ ଲାଭବାନ ହେବେ। 

Also Read

ଭଦ୍ରକ ଓ ଏହାର ଆଖପାଖ ଜିଲ୍ଲାରୁ ଶହ ଶହ ଲୋକ ଗୁଜୁରାଟର ସୁରତ, ତାମିଲନାଡୁର ତିର୍ଚି, ତିରୁଚିରାପଲି, ତିରୁପୁର, ପଶ୍ଚିମବଙ୍ଗର କୋଲକାତା ଓ କେରଳର କୋଚି ଭଳି ସହରକୁ ଯାଇ ସୂତାକଳ ଓ ବୟନ ଶିଳ୍ପ କାରଖାନାରେ କାମ କରୁଛନ୍ତି। ଏଭଳି କୁଶଳୀ ଯୁବକଯୁବତୀଙ୍କୁ ନିଜ ଅଞ୍ଚଳରେ ରୋଜଗାର ସୁବିଧା ଯୋଗାଇଦେବା ଲାଗି ଭଦ୍ରକରେ ବୟନ ଶିଳ୍ପ ପ୍ରତିଷ୍ଠା ଲାଗି ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା। ଦିବଂଗତ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ଏ ନେଇ ରାଜ୍ୟ ବିଧାନସଭାରେ ବାରମ୍ବାର ଦାବି କରି ଆସିଥିଲେ। ତୁରନ୍ତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ। ଏହାସତ୍ତ୍ବେ ପୂର୍ବତନ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲେ। ହେଲେ ଗତ ସାଧାରଣ ନିର୍ବାଚନରେ ଧାମନଗରରୁ ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ଏହାକୁ ନିର୍ବାଚନ ପ୍ରସଙ୍ଗ କରିଥିଲେ। ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷରେ ହିଁ ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ଏଥିରେ ଭଦ୍ରକର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story