Advertisment

ମଦ ଡେଲିଭର କରିବେ ସ୍ୱିଗୀ, ଜୋମାଟୋ ଓ ବିଗବାସ୍କେଟ୍ !

ଦିଲ୍ଲୀ, କର୍ଣ୍ଣାଟକ, ହରିଆଣା, ପଞ୍ଜାବ, ତାମିଲନାଡୁ ସମେତ କେତେକ ରାଜ୍ୟରେ ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି ଅନଲାଇଲ ଖାଦ୍ୟ ବିତରଣ ପ୍ଲାଟଫର୍ମ।

ଅଦ୍ୟତନ ହୋଇଛି
Alcohol

Alcohol

Advertisment

ସ୍ୱିଗୀ, ଜୋମାଟୋ, ଏବଂ ବିଗବାସ୍କେଟ୍ ପରି ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଖୁବ୍ ଶୀଘ୍ର ମଦ ଯୋଗାଇ ପାରନ୍ତି। ଏହି ସବୁ ଅନଲାଇନ୍ ପ୍ଲାଟଫର୍ମ ଆଗକୁ ଆଲକୋହଲ୍ କମ୍ ଥିବା ମଦ୍ୟ ପାନୀୟ ଯେପରିକି ବିୟର, ୱାଇନ୍, ଏବଂ ଲିକର୍ ବିତରଣ ଆରମ୍ଭ କରିବାର ସମ୍ଭାବନା ରହିଛି।

Advertisment

ଏହି ସେବା ଦିଲ୍ଲୀ, କର୍ଣ୍ଣାଟକ, ହରିଆଣା, ପଞ୍ଜାବ, ତାମିଲନାଡୁ, ଗୋଆ ଏବଂ କେରଳ ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପ୍ଲାଟଫର୍ମର କର୍ତ୍ତୃପକ୍ଷମାନେ ମଦ ଡେଲିଭରିର ଭଲ ଏବଂ ଖରାପ ଦିଗ ଉପରେ ଅନୁଧ୍ୟାନ କରୁଛନ୍ତି। ଯଦି ନିଷ୍ପତ୍ତି ଚୂଡ଼ାନ୍ତ ହୁଏ, ତେବେ ଏହି ସବୁ ରାଜ୍ୟରେ ଆଲକୋହଲ ଡେଲିଭର ସେବା ଆରମ୍ଭ ହେବ।

ପ୍ରକାଶ ଥାଉକି, ୨୦୨୦ ରେ, କରୋନା ସମୟରେ ଆର୍ଥିକ ସଙ୍କଟ ଦର୍ଶାଇ ସ୍ୱିଗୀ ଏବଂ ଜୋମାଟୋ ଅନଲାଇନରେ ଆଲକୋହଲ ବିତରଣ ସେବା ଆରମ୍ଭ କରିଥିଲେ। ଏହି ସେବା ଅଣ-ମେଟ୍ରୋ ରାଜ୍ୟରେ ଆରମ୍ଭ ହୋଇଥିଲା। 

Advertisment

ଝାଡ଼ଖଣ୍ଡ ସରକାରଙ୍କ ଅନୁମୋଦନ ନେଇ ସ୍ୱିଗୀ ପ୍ରଥମେ ରାଞ୍ଚିରେ ମଦ ବିତରଣ ସେବା ଆରମ୍ଭ କରିଥିଲା। ଏହାପରେ ଜୋମାଟୋ ରାଜଧାନୀ ରାଞ୍ଚି ସମେତ ଝାଡ଼ଖଣ୍ଡର ଅନ୍ୟ ସାତୋଟି ସହରରେ ମଦ ଡେଲିଭର କରିଥିଲା।

ବର୍ତ୍ତମାନ ଏମାନଙ୍କ ସହ ବିଗବାସ୍କେଟ୍ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯାଉଛି। ନୂଆଦିଲ୍ଲୀ, କର୍ଣ୍ଣାଟକ, ହରିଆଣା, ପଞ୍ଜାବ, ତାମିଲନାଡୁ, ଗୋଆ, ଏବଂ କେରଳରେ ଆଲକୋହଲ ଡେଲିଭର କରିବାକୁ କମ୍ପାନୀଗୁଡ଼ିକ ଚିନ୍ତା କରୁଛନ୍ତି। ଯଦି ଏହା ଆରମ୍ଭ ହୁଏ, ଧୀରେ ଧୀରେ ତେବେ ସମଗ୍ର ଦେଶରେ ଏହା କାର୍ଯ୍ୟକାରୀ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।  

Zomato Alcohol Deliver BigBasket Swiggy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe