Advertisment

ଆସନ୍ତାବର୍ଷରୁ ବଦଳିଯିବ ଘରୋଇ କମ୍ପାନୀ କର୍ମଚାରୀଙ୍କ ଦରମା!

ନୂଆଦିଲ୍ଲୀ: ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିବ। କର୍ମଚାରୀଙ୍କ ଦରମା ୧ ଏପ୍ରିଲ ୨୦୨୧ରୁ କମିବାକୁ ଯାଉଛି। କାରଣ କମ୍ପାନୀଗୁଡିକ ନୂଆ ବେତନ ନିୟମ ଅନୁଯାୟୀ କର୍ମଚାରୀଙ୍କ ବେତନ ବା ଦରମା ପ୍ୟାକେଜକୁ ପୁନର୍ଗଠିତ କରିବେ। ଗତ ବର୍ଷ ସଂସଦରେ କୋଡ୍ ଅନ୍ ଓ୍ୱେଜେସ୍ ୨୦୧୯ ପାରିତ ହୋଇଥିଲା। ଏବେ ଏହା ଆଗାମୀ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ। ଏହି ନୂଆ ବେତନ ନିୟମ ଅନୁଯାୟୀ ଅବସର ପରେ ସାମାଜିକ ସୁରକ୍ଷାକୁ  ଅଧିକ ସୁନିଶ୍ଚିତ […]

ଅଦ୍ୟତନ ହୋଇଛି
ଆସନ୍ତାବର୍ଷରୁ ବଦଳିଯିବ ଘରୋଇ କମ୍ପାନୀ କର୍ମଚାରୀଙ୍କ ଦରମା!

salary

Advertisment

ନୂଆଦିଲ୍ଲୀ: ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିବ। କର୍ମଚାରୀଙ୍କ ଦରମା ୧ ଏପ୍ରିଲ ୨୦୨୧ରୁ କମିବାକୁ ଯାଉଛି। କାରଣ କମ୍ପାନୀଗୁଡିକ ନୂଆ ବେତନ ନିୟମ ଅନୁଯାୟୀ କର୍ମଚାରୀଙ୍କ ବେତନ ବା ଦରମା ପ୍ୟାକେଜକୁ ପୁନର୍ଗଠିତ କରିବେ। ଗତ ବର୍ଷ ସଂସଦରେ କୋଡ୍ ଅନ୍ ଓ୍ୱେଜେସ୍ ୨୦୧୯ ପାରିତ ହୋଇଥିଲା। ଏବେ ଏହା ଆଗାମୀ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ। ଏହି ନୂଆ ବେତନ ନିୟମ ଅନୁଯାୟୀ ଅବସର ପରେ ସାମାଜିକ ସୁରକ୍ଷାକୁ  ଅଧିକ ସୁନିଶ୍ଚିତ କରାଇବ ବୋଲି କୁହାଯାଉଛି।

Advertisment

ନୂଆ ବେତନ ନିୟମ

ନୂଆ ନିୟମ ଅନୁଯାୟୀ କର୍ମଚାରୀଙ୍କ ବେସିକ୍ ପେ, ମୋଟ୍ ଦରମାର ଅନ୍ତତଃ ୫୦ ପ୍ରତିଶତ ରଖିବାକୁ ହେବ। ଫଳରେ ମୋଟ୍ ଦରମାରୁ ପିଏଫ୍ ଓ ଗ୍ରାଚୁଇଟି ବାବଦରେ କଟୁଥିବା ଟଙ୍କାର ପରିମାଣ ବଢ଼ିଯିବ। ତେଣୁ ଟେକ୍-ହୋମ୍ ହ୍ରାସ ପାଇବ।

ଏବେ କ'ଣ ରହିଛି ବେତନ ନିୟମ?

ଅଧିକାଂଶ କମ୍ପାନୀ ସାଧାରଣତଃ କର୍ମଚାରୀଙ୍କ ବେତନ ପ୍ୟାକେଜର ଅଣ-ଭତ୍ତା ଅଂଶକୁ ୫୦% ତଳେ ରଖନ୍ତି। ଏହି କାରଣରୁ ଅଧିକାଂଶ କର୍ମଚାରୀଙ୍କ ବେତନ ପ୍ୟାକେଜରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। କମ୍ପାନୀଗୁଡିକ ନୂଆ ଆବଶ୍ୟକତା ପୂରଣ କରିବା ପାଇଁ କର୍ମଚାରୀଙ୍କ ବେସିକ୍ ଦରମା ବୃଦ୍ଧି କରିବାକୁ ପଡିବ।

Advertisment

ତେବେ କର୍ମଚାରୀ ଅବସର ପରେ ଅପେକ୍ଷାକୃତ ଅଧିକ ଟଙ୍କା ପାଇବେ। ଏହି ନିୟମ ବିଶେଷତଃ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe