ଅଦ୍ୟତନ ହୋଇଛି
tank
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଇ ଶେଷ ହୋଇଛି ଦଶହରା। ଆଜି କୁଆଁର ପୁନେଇଁ। ଆଗକୁ ଆସୁଛି ଦୀପାବଳି ପୁଣି ତା ସାଙ୍ଗକୁ ଧନ୍ତେରାସ୍। ଏଭଳି ଏକ ଉତ୍ସବମୁଖର ପାର୍ବଣ ସମୟରେ ଦେଶର ପ୍ରମୁଖ ଜୁଏଲେରି ଶୋ’ରୁମ୍ 'ତନିଷ୍କ' ଆଣିଛି ଏହାର ସ୍ୱତନ୍ତ୍ର କଲେକ୍ସନ ‘ଉତ୍ସବ’।
Advertisment
ମର୍ଡନ ଏବଂ ଟ୍ରାଡିଶନର ମିଶ୍ରଣ ସହିତ ସୁନ୍ଦର କାରୁକାର୍ଯ୍ୟର ଝଲକ୍ ଏଥିରେ ଦେଖିବାକୁ ମିଳିବ ବୋଲି 'ତନିଷ୍କ' ପକ୍ଷରୁ କୁହାଯାଇଛି।
ତନିଷ୍କର ଫ୍ରାଞ୍ଚାଇଜି ଓନର ମାନିକ୍ ହଂସ ଏହାକୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ଶୋ’ରୁମ୍ରେ ଉନ୍ମୋଚନ କରିଛନ୍ତି। ଏହି କଲେକ୍ସନର ଭାରତୀୟ ବଜାର ମୂଲ୍ୟ ୩୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ସାରା ଦେଶରେ ଥିବା ତନିଷ୍କର ୨୬୭ଟି ଶୋ’ରୁମ୍ରେ ଏହା ଉପଲବ୍ଧ ହେବ। ଖାଲି ସେତିକି ନୁହେଁ ଦୀପାବଳି ଅବସରରେ ସୁନା ଗହଣା ଗଢ଼ା ମଜୁରିରେ ୨୫% ପର୍ଯ୍ୟନ୍ତ ରହାତି ସହିତ ହୀରା ଗହଣାର ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ଅକ୍ଟୋବର ୨୬ରୁ ୨୮ ଏବଂ ନଭେମ୍ବର ୧ ରୁ ୬ ପର୍ଯ୍ୟନ୍ତ ଚାଲିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/tank.jpg)