Advertisment

ଅନ୍ ଲାଇନ୍ ରିଟେଲିଂରେ ଅମ୍ୱାନୀଙ୍କୁ ଟକ୍କର ଦେବେ ଟାଟା

ନୂଆଦିଲ୍ଲୀ: ବ୍ୟବସାୟ ଏବେ ଅନ୍ ଲାଇନ୍ ପ୍ଲାଟଫର୍ମରେ। ରିଟେଲ୍ ଇ-କମର୍ସ ବ୍ୟବସାୟରେ ଆରମ୍ଭରୁ ଦମଦାର ପ୍ରଦର୍ଶନ କରୁଥିବା ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓମାର୍ଟକୁ ଏବେ ଟକ୍କର ଦେବା ପାଇଁ ଟାଟା ଆରମ୍ଭ କରିଛି ବ୍ଲୁ ପ୍ରିଣ୍ଟ। ଆମେରିକାର ଆମାଜନ, ଜିଓ ମାର୍ଟ ବ୍ୟବସାୟରେ ଲୋକଙ୍କ ପ୍ରମୁଖ ପସନ୍ଦ ପାଲଟିଥିବା ବେଳେ ଟାଟା ମଧ୍ୟ ଏହି ବ୍ୟବସାୟରେ ପ୍ରମୁଖ ଦାବିଦାର ହେବାକୁ ଗୋଟି ଚଳାଇଛି। ଏଥିପାଇଁ ଦେଶର ଅନ୍ୟତମ ରିଟେଲ ଇ-କମର୍ସ କମ୍ପାନୀ ବିଗ୍ ବାସ୍କେଟରେ ରତନ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଅନ୍ ଲାଇନ୍ ରିଟେଲିଂରେ ଅମ୍ୱାନୀଙ୍କୁ ଟକ୍କର ଦେବେ ଟାଟା

tata-ambani

ନୂଆଦିଲ୍ଲୀ: ବ୍ୟବସାୟ ଏବେ ଅନ୍ ଲାଇନ୍ ପ୍ଲାଟଫର୍ମରେ। ରିଟେଲ୍ ଇ-କମର୍ସ ବ୍ୟବସାୟରେ ଆରମ୍ଭରୁ ଦମଦାର ପ୍ରଦର୍ଶନ କରୁଥିବା ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓମାର୍ଟକୁ ଏବେ ଟକ୍କର ଦେବା ପାଇଁ ଟାଟା ଆରମ୍ଭ କରିଛି ବ୍ଲୁ ପ୍ରିଣ୍ଟ। ଆମେରିକାର ଆମାଜନ, ଜିଓ ମାର୍ଟ ବ୍ୟବସାୟରେ ଲୋକଙ୍କ ପ୍ରମୁଖ ପସନ୍ଦ ପାଲଟିଥିବା ବେଳେ ଟାଟା ମଧ୍ୟ ଏହି ବ୍ୟବସାୟରେ ପ୍ରମୁଖ ଦାବିଦାର ହେବାକୁ ଗୋଟି ଚଳାଇଛି। ଏଥିପାଇଁ ଦେଶର ଅନ୍ୟତମ ରିଟେଲ ଇ-କମର୍ସ କମ୍ପାନୀ ବିଗ୍ ବାସ୍କେଟରେ ରତନ ଟାଟାଙ୍କ ଟାଟା କମ୍ପାନୀ ପ୍ରମୁଖ ଶେଆର କିଣିବ ବୋଲି ଜଣାପଡ଼ିଛି। ଟାଟା ମୋଟ୍ ଶେଆରର ୧୦ ହଜାର କୋଟି ଟଙ୍କାର କିଣିବ ବୋଲି ପ୍ରାଥମିକ ଭାବରେ ଜଣାପଡ଼ିଛି।

Advertisment

ଏବେ ବିଗ୍ ବାସ୍କେଟରେ ଚାଇନାର ଆଲିବାବା ୨୯ ପ୍ରତିଶତ ଶେଆର ରଖିଛି। ଆଲିବାବା ହେଉଛି ଏବେ ବିଗ ବାସ୍କେଟର ପ୍ରମୁଖ ଅଂଶୀଦାର। ଏହାବାଦ୍ ଇଣ୍ଟରନ୍ୟାଶନାଲ ଫାଇନାନ୍ସ କର୍ପୋରେଶନ ସମତେ ବଡ଼ ବଡ଼ କମ୍ପାନୀର ଶେଆର ମଧ୍ୟ ରହିଛି। ଏବେ ଟାଟା ଆଲିବାବାଠୁ ବଡ଼ ଶେଆର କିଣିବ ବୋଲି ଜଣାପଡ଼ିଛି। ଯଦି ଏହା ହୁଏ ତାହେଲେ ଟାଟା ବିଗ ବାସ୍କେଟକୁ ଏକ ପ୍ରକାର ନିଜ ନିୟନ୍ତ୍ରଣକୁ ନେବ। ବିଗ୍ ବାସ୍କେଟର ମୋଟ୍ ବଜାର ମୂଲ୍ୟ ୧୧.୭୮ ହଜାର କୋଟି ରହିଛି।

ଏକ ରିପୋର୍ଟ ଅନୁଯାଯୀ ବାଗ୍ ବାସ୍କେଟ ପ୍ରତିଦିନ ୩ ଲକ୍ଷ ଅର୍ଡର ରିସିଭ୍ କରୁଛି। ଏବେ କମ୍ପାନୀ ଦେଶର ପ୍ରମୁଖ ସହରରେ ହିଁ ଉପଲବ୍ଧ ରହିଛି। ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀ ମୋଟ୍ ୫,୨୦୦ କୋଟି ଟଙ୍କାର ବିକ୍ରି କରିଥିଲା। ଆଉ ମାର୍ଚ୍ଚ ଶେଷରେ କରୋନା ପାଇଁ ଲକଡାଉନ୍ ଶଟଡାଉନ୍ ହୋଇଥିଲା। ପରେ ଅର୍ଡର ସଂଖ୍ୟା ଆହୁରି ବଢ଼ିଛି। ଏବେ ମୋଟ୍ ବିକ୍ରି ମୂଲ୍ୟ ୧.୩୦ ବିଲିଅନ୍ ଡଲାର ହୋଇଛି। ଅର୍ଥାତ୍ କରୋନା ଆସିବା ପରେ ଦେଶରେ ଅନଲାଇନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଟାଟା ଏବେ ଏହି ଅନଲାଇନ୍ ରିଟେଲ ବ୍ୟବସାୟରେ ପାଦ ଥାପି ଅମ୍ୱାନୀ, ଆଲିବାବା, ଆମାଜନକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି।

Advertisment