Advertisment

ଟାଟା ଆଇପିଓ ନିବେଶକଙ୍କ ପାଇଁ ଖୁସି ଖବର, ଆଜି ପ୍ରକାଶ ପାଇବ ଶେଆର ତାଲିକା

ଟାଟା ଟେକର ଆଇପିଓ ୩୦ ନଭେମ୍ବରରେ ୧୪୦ ପ୍ରତିଶତ ପ୍ରିମିୟମ ତାଲିକାଭୁକ୍ତ ହେବା ସହ ଷ୍ଟକ୍ ମାର୍କେଟରେ ପ୍ରବେଶ କରିବ।

ଅଦ୍ୟତନ ହୋଇଛି
TATA Tech

TATA Tech

Advertisment

ଟାଟା ଟେକ୍ନୋଲୋଜିର ଆଇପିଓରେ ଟଙ୍କା ବିନିଯୋଗ କରିଥିବା ନିବେଶକଙ୍କ ପାଇଁ ଖୁସି ଖବର। ଆଜି କମ୍ପାନୀର ଶେଆର ତାଲିକାଭୁକ୍ତ ହେବାକୁ ଯାଉଛି। BSE(ବମ୍ବେ ଷ୍ଟକ୍ ଏଜେନ୍ସି) ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଟାଟା ଟେକର ଆଇପିଓ ୩୦ ନଭେମ୍ବରରେ ୧୪୦ ପ୍ରତିଶତ ପ୍ରିମିୟମ ତାଲିକାଭୁକ୍ତ ହେବା ସହ ଷ୍ଟକ୍ ମାର୍କେଟରେ ପ୍ରବେଶ କରିବ।

Advertisment

ଷ୍ଟକ୍ ମୂଲ୍ୟ ପ୍ରାରମ୍ଭରେ ୫୦୦ ଟଙ୍କା ଥିବାବେଳେ NSE ରେ ୧୨୦୦ ଟଙ୍କା ଏବଂ BSE ରେ ୧୧୯୯.୯୫ ଟଙ୍କା କାରବାର ଆରମ୍ଭ କରିଛି।

ଖବର ଲେଖା ହେବା ସୁଦ୍ଧା ଆରମ୍ଭରୁ ୭୩.୩୮ ଲକ୍ଷ ଟଙ୍କା ନିବେଶ କରାଯାଇଥିଲା। ଆଇପିଓ(ଇନିସିଆଲ୍ ପବ୍ଲିକ୍ ଅଫରିଂ ବା ପ୍ରାରମ୍ଭିକ ସାର୍ବଜନୀନ ଅଫର୍) ଉପରେ ସମସ୍ତ ବର୍ଗର ନିବେଶକଙ୍କର ପ୍ରବଳ ଆଗ୍ରହ ଥିବା ଦେଖିବାକୁ ମିଳିଛି। ସାର୍ବଜନୀନ ଅଫରଗୁଡିକ ୬୯.୪୩ ଥର ସବସ୍କ୍ରାଇବ କରାଯାଇଥିଲା, ଯେଉଁଥିରେ ଯୋଗ୍ୟ ଅନୁଷ୍ଠାନ କ୍ରେତା (QIB)ଙ୍କ ପାଇଁ କୋଟା ସଂରକ୍ଷଣ ସହ ୨୦୩.୪୧ ଥର ରେକର୍ଡ ହୋଇଥିଲା।

Advertisment

ଅଣ ଅନୁଷ୍ଠାନିକ ନିବେଶକ (NII) ୬୨.୧୧ ଥର ଏବଂ ଖୁଚୁରା ନିବେଶକାରୀ ୧୬.୫୦ ଥର ଏହି ଅଫରକୁ ସବସ୍କ୍ରାଇବ୍ କରିଛନ୍ତି। ଟାଟା ଟେକ୍ନୋଲୋଜିର ୩,୦୪୨ କୋଟି ଟଙ୍କାର ଆଇପିଓ ୧.୫ ଲକ୍ଷ କୋଟିରୁ ଅଧିକ ବିଡ୍ ସଂଗ୍ରହ କରିଛି। ଗ୍ରେ ମାର୍କେଟ୍ ପ୍ରିମିୟମ୍(GMP)ରେ ଟାଟା ଟେକ୍ ଶେଆର ସବୁଠୁ ଅଧିକ ଥିବା ଦେଖିବାକୁ ମିଳିଛି। ନଭେମ୍ବର ୩୦ରେ ଟାଟା ଟେକ୍ନୋଲୋଜି ଆଇପିଓ ଶେଆରର GMP ଶେଆର ପିଛା ୪୨୫ ଟଙ୍କା ରହିଛି। 

Tata Tata Tech Tata IPO Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe