Advertisment

ଟାଟା ତିଆରି କରିବ iPhone

ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଟାଟା ଆଇଫୋନ୍ ତିଆରି କରିବ।

ଅଦ୍ୟତନ ହୋଇଛି
Mobile

Mobile

Advertisment

ଦେଶରେ ତିଆରି ହେବ ଆଇଫୋନ୍। ଟାଟା ତିଆରି କରିବ ଆଇଫୋନ୍। ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ।

Advertisment

ତାଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଟାଟା ଆଇଫୋନ୍ ତିଆରି କରିବ। ଏହା ଫଳରେ ଭାରତରେ ମିଳୁଥିବା ଆଇଫୋନ୍ ଦର କମିବା ସମ୍ଭାବନା ରହିଛିା ଏହା ପୂର୍ବରୁ ଗୁଗଲ୍ ପିକ୍ସଲ୍ ଫୋନ୍ ବି ଭାରତରେ ତିଆରି ହେବା ନେଇ ଘୋଷଣା ହୋଇଛି।

ସେହିପରି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ଯୋଗ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ୍ ହିଁ ଡିଜିଟାଲ ଇଣ୍ଡିଆର ପ୍ରବେଶ ଦ୍ୱାର। ଭାରତ ଏବେ ଟେଲିକମ୍ ଯନ୍ତ୍ରାଂଶ ନିର୍ମାଣରେ ଆତ୍ମନିର୍ଭର ହେବା ସହ ୭୦ଟି ଦେଶକୁ ଯନ୍ତ୍ରାଂଶ ରତ୍ପାନୀ କରୁଛି। ପୂର୍ବରୁ ଟାୱାର ନିର୍ମାଣ ପାଇଁ ଅନୁମତି ମିଳିବାକୁ ୨୩୦ ଦିନ ସମୟ ଲାଗୁଥିବା ବେଳେ ଏବେ ମାତ୍ର ୭ ଦିନ ସମୟ ଲାଗୁଛି । ଏଥିସହ ଦେଶରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦିନିକିଆ ବିଶ୍ୱକପର ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ବେଳେ ମୋବାଇଲ ଦର୍ଶକଙ୍କ ସଂଖ୍ୟା ୪ କୋଟି ପାର ହୋଇଥିଲା ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe