Advertisment

ବେଙ୍ଗଲ ସରକାରଙ୍କୁ ଝଟକା: ଟାଟା ଆଦାୟ କରିବ ୭୬୬ କୋଟି ଟଙ୍କା

ଟାଟା ମୋଟର୍ସ ଲିଃ ସପକ୍ଷରେ ସେମାନେ ରାୟ ଦେଇଛନ୍ତି। ଟ୍ରିବ୍ୟୁନାଲ କହିଛନ୍ତି ଯେ କମ୍ପାନୀ ବେଙ୍ଗଲ ସରକାରଙ୍କ ଠାରୁ ୭୬୬ କୋଟି ଟଙ୍କା ଆଦାୟ କରିବ।

author-image
Hemant Lenka
ଅଦ୍ୟତନ ହୋଇଛି
TaTa

TaTa

ବେଙ୍ଗଲ ସରକାରଙ୍କୁ ବଡ଼ ଝଟକା। ରାଜ୍ୟ ସରକାରଙ୍କ ଠାରୁ ଟାଟା ମୋଟର୍ସ ଆଦାୟ କରିବ ୭୬୬ କୋଟି ଟଙ୍କା। ସିଙ୍ଗୁର ଠାରେ ରାଜ୍ୟ ସରକାର ଟାଟା କମ୍ପାନୀର ନାନୋ ଫ୍ୟାକ୍ଟ୍ରୀକୁ ବନ୍ଦ କରିଦେଇଥିଲେ। ଏଠାରେ ଟାଟା ମୋଟର୍ସ ୭୬୫.୭୮ କୋଟି ଟଙ୍କା ନିବେଶ କରିଥିଲେ। ୨୦୧୬ ସେପ୍ଟେମ୍ବର ମାସରୁ ୧୧% ସୁଧ ଆକାରରେ ବେଙ୍ଗଲ ସରକାରଙ୍କ ଠାରୁ କମ୍ପାନୀ ୭୬୬ କୋଟି ଟଙ୍କା ଆଦାୟ କରିବ।

Advertisment

ବେଙ୍ଗଲ ସରକାର ନିଷ୍ପତ୍ତି ବିରୋଧରେ କମ୍ପାନୀ ୩ ଜଣିଆ Arbitral Tribunal ପାଖକୁ ଯାଇଥିଲା। ଟ୍ରିବ୍ୟୁନାଲ ଏହାର ଶୁଣାଣି କରି ଟାଟା ମୋଟର୍ସ ସପକ୍ଷରେ ରାୟ ଦେଇଛନ୍ତି।

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜକୁ ଟାଟା ମୋଟର୍ସ ପକ୍ଷରୁ ପଠା ଯାଇଥିବା ଚିଠିରେ କୁହାଯାଇଛି ଯେ ଅକ୍ଟୋବର ୩୦ରେ ୩ ଜଣିଆ ଆର୍ବିଟ୍ରାଲ ଟ୍ରିବ୍ୟୁନାଲ ସର୍ବସମ୍ମତିକ୍ରମେ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି।

Advertisment

ଟାଟା ମୋଟର୍ସ ଲିଃ ସପକ୍ଷରେ ସେମାନେ ରାୟ ଦେଇଛନ୍ତି। ଟ୍ରିବ୍ୟୁନାଲ କହିଛନ୍ତି ଯେ କମ୍ପାନୀ ବେଙ୍ଗଲ ସରକାରଙ୍କ ଠାରୁ ୭୬୬ କୋଟି ଟଙ୍କା ଆଦାୟ କରିବ। ସେହିପରି ମାମଲାର ବିଚାର ପାଇଁ ଖର୍ଚ୍ଚ ହୋଇଥିବା ୧ କୋଟି ଟଙ୍କା ମଧ୍ୟ କମ୍ପାନୀ ପାଇବ। 

୨୦୦୮ରେ ବେଙ୍ଗଲର ସିଙ୍ଗୁର ଠାରେ ଟାଟା ପକ୍ଷରୁ ନାନୋ ଫ୍ୟାକ୍ଟ୍ରୀ ତିଆରି ପାଇଁ ଯୋଜାନା କରାଯାଇଥିଲେ। କିନ୍ତୁ ସେତେବେଳେ ବିରୋଧୀ ଭାବେ କାର୍ଯ୍ୟ କରୁଥିବା ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମସି ଏହାକୁ ବିରୋଧ କରିଥିଲା। ଫଳରେ ଟାଟା କମ୍ପାନୀ ଫ୍ୟାକ୍ଟ୍ରୀ ଛାଡ଼ି ଚାଲି ଯାଇଥିଲା।

ଟିଏମସି କ୍ଷମତାକୁ ଆସିବା ପରେ ଟାଟାକୁ ଫ୍ୟାକ୍ଟ୍ରୀ ପାଇଁ ବିକଳ୍ପ ଜମି ଯୋଗାଇ ଦିଆଯିବ ବୋଲି ପ୍ରସ୍ତାବ ଦେଇଥିଲା। ହେଲେ ଟାଟା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏଥିସହ ଜମି ତିଆରି କରିବାକୁ ବାମପନ୍ଥୀ ସରକାରକୁ ଦେଇଥିବା ୧୫୪ କୋଟି ଟଙ୍କା ବେଙ୍ଗଲ ସରକାର ଫେରସ୍ତ କରନ୍ତୁ ବୋଲି କହିଥିଲା।

୨୦୧୬ରେ ସୁପ୍ରିମକୋର୍ଟ ଜମି ଦେବା ପାଇଁ ବାମପନ୍ଥୀ ସରକାର ନେଇଥିବା ନିଷ୍ପତ୍ତିକୁ ବେଆଇନ ବୋଲି କହିଥିଲେ। ତେବେ କମ୍ପାନୀ କ୍ଷତିପୂରଣ ପାଇଁ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ ଟ୍ରିବ୍ୟୁନାଲ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି।

West Bengal Tata