Advertisment

ଫେକ୍ ମେସେଜ୍ ରୋକିବାରେ ବିଫଳ ବିଏସଏନଏଲ, ଜିଓ, ଏୟାରଟେଲ୍..., ୩୫ କୋଟି ଜୋରିମାନା

ନୂଆଦିଲ୍ଲୀ: ଜୋରିମାନା ଗଣିବେ ଦେଶର ୮ ଟେଲିକମ କମ୍ପାନୀ। ଟେଲିକମ କର୍ମଶିଆଲ୍ କମ୍ୟୁନିକେସନ କଷ୍ଟମର ପ୍ରିଫେରେନ୍ସ ରେଗୁଲେଶନ ଉଲ୍ଲଂଘନ ଅଭିଯୋଗରେ ଟ୍ରାଇ ୩୫ କୋଟି ଟଙ୍କା ଜୋରିମାନା ଲଗାଇଛି। ଟେଲିକମ କମ୍ପାନୀମାନେ ଫେକ୍ ମେସେଜ୍ ଜରିଆରେ ଫେକ୍ ଟ୍ରାଞ୍ଜାକସନ ମେସେଜକୁ ରୋକିବାରେ ବିଫଳ ହୋଇଥିବାରୁ ବିଏସଏନଏଲ, ଜିଓ, ଏୟାରଟେଲ୍, ଭୋଡାଫୋନ-ଆଇଡିଆ, ଭିଡିଓକୋନ, ଟାଟା ଟେଲିସର୍ଭିସେସ୍, ଏମଟିଏନଏଲ ଜୋରିମାନା ଗଣିବେ। ଟ୍ରାଇ କହିଛି ଯେ ଏ ବାବଦରେ ୨୩ ନଭେମ୍ବରରେ ଏକ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀଗୁଡିକ ୨୦ ଦିନ […]

ଅଦ୍ୟତନ ହୋଇଛି
୧୫୦୦ ଟାଓ୍ୱାର ଭଙ୍ଗାରୁଜାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେଲା ଜିଓ

telecom_tower

Advertisment

ନୂଆଦିଲ୍ଲୀ: ଜୋରିମାନା ଗଣିବେ ଦେଶର ୮ ଟେଲିକମ କମ୍ପାନୀ। ଟେଲିକମ କର୍ମଶିଆଲ୍ କମ୍ୟୁନିକେସନ କଷ୍ଟମର ପ୍ରିଫେରେନ୍ସ ରେଗୁଲେଶନ ଉଲ୍ଲଂଘନ ଅଭିଯୋଗରେ ଟ୍ରାଇ ୩୫ କୋଟି ଟଙ୍କା ଜୋରିମାନା ଲଗାଇଛି। ଟେଲିକମ କମ୍ପାନୀମାନେ ଫେକ୍ ମେସେଜ୍ ଜରିଆରେ ଫେକ୍ ଟ୍ରାଞ୍ଜାକସନ ମେସେଜକୁ ରୋକିବାରେ ବିଫଳ ହୋଇଥିବାରୁ ବିଏସଏନଏଲ, ଜିଓ, ଏୟାରଟେଲ୍, ଭୋଡାଫୋନ-ଆଇଡିଆ, ଭିଡିଓକୋନ, ଟାଟା ଟେଲିସର୍ଭିସେସ୍, ଏମଟିଏନଏଲ ଜୋରିମାନା ଗଣିବେ। ଟ୍ରାଇ କହିଛି ଯେ ଏ ବାବଦରେ ୨୩ ନଭେମ୍ବରରେ ଏକ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀଗୁଡିକ ୨୦ ଦିନ ମଧ୍ୟରେ ଏହି ଜୋରାମାନା ଦେବାକୁ ବାଧ୍ୟ।

Advertisment

ଟ୍ରାଇ ଏ ନେଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଏପ୍ରିଲ୍-ଜୁନ୍ ୨୦୨୦ ରେ ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଭଳି କମ୍ପାନୀ ଉପରେ ୩୪ ହଜାରରୁ ୩୫ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯାଇଛି। ଦିଲ୍ଲା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ବେଞ୍ଚ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠ ସପ୍ତାହ ସମୟ ଦେଇଛନ୍ତି। ଯଦି କାର୍ଯ୍ୟାନୁଷ୍ଠାନରେ ବିଫଳ ହୁଅନ୍ତି ତେବେ ଦଣ୍ଡବିଧାନ ଅନୁଯାୟୀ କୋର୍ଟ ଆହଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ପେଟିଏମ ବ୍ୟାଙ୍କ୍ ପରିଚାଳନା କରୁଥିବା ୱାନ ୯୭ କମ୍ୟୁନିକେସନ୍ ଲିମିଟେଡର ଏକ ଆବେଦନର ଶୁଣାଣି କରିବା ବେଳେ କୋର୍ଟ ଏହା କହିଠନ୍ତି।

ଏପ୍ରିଲ୍, ମେ ଏବଂ ଜୁନରେ ଅନାବଶ୍ୟକ ବ୍ୟବସାୟ କଲ୍ ଏବଂ ମେସେଜ୍ ରୋକିବାରେ ଏହି ସବୁ କମ୍ପାନୀ ବିଫଳ ହୋଇଛନ୍ତି। ତେଣୁ ସର୍ବାଧିକ ଜୋରିମାନା ବିଏସ୍ଏନ୍ଏଲକୁ ୩୦ କୋଟି ଟଙ୍କା। ଏହା ବ୍ୟତୀତ ଆବଶ୍ୟକ ପଦ୍ଧତି ପାଳନ ନକରିବାରୁ ତାଙ୍କୁ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବାକୁ କୁହାଯାଇଛି। ସେହିଭଳି ଏୟାରଟେଲ, ଭୋଡାଫୋନ୍, କ୍ୱାଡାଣ୍ଟ ଟେଲିଭେଣ୍ଟର୍ସ ଏବଂ ରିଲାଏନ୍ସ ଜିଓ ଯଥାକ୍ରମେ ୧.୩୩ କୋଟି, ୧.୮୨ କୋଟି, ୧.୪୧ କୋଟି ଏବଂ ୧୪.୯୯ ଲକ୍ଷ ଟଙ୍କା ଆର୍ଥିକ ଜୋରିମାନା ଲାଗୁ କରାଯାଇଛି। ଏହା ବ୍ୟତୀତ ଏମଟିଏନଏଲ ଉପରେ ୧.୭୩ ଲକ୍ଷ ଟଙ୍କା, ଟାଟା ଟେଲି ସର୍ଭିସେସ୍ ଲିମିଟେଡ୍ ଉପରେ ୧୫.୦୧ ଲକ୍ଷ ଟଙ୍କା ଏବଂ ଭିଡିଓକନ୍ ମୋବାଇଲ୍ ଏବଂ ଇନଫ୍ରା ପ୍ରାଇଭେଟ ଲିମିଟେଡ୍ ଉପରେ ୩୪,୦୦୦ ଟଙ୍କା ଜୋରିମାନା ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe