Advertisment

ଭାରତରେ ଇଲେଟ୍ରିକ୍ କାର୍ କମ୍ପାନୀ ଖୋଲିବ ଟେସଲା !

ବୈଦ୍ୟୁତିକ ଯାନର ଚାହିଦାକୁ ଦୃଷ୍ଟିରେ ରଖି ଟେସଲାର ନୂଆ ପ୍ଲାନ୍ । ଭାରତରେ ଇଲେକ୍ଟିକ୍ କାର୍ କାରଖାନା ସ୍ଥାପନ କରିବାକୁ ଭାରତ ସରକାରଙ୍କ ସହ କରିଛି ଆଲୋଚନା ।

author-image
Debibandita Barick
ଅଦ୍ୟତନ ହୋଇଛି
ଭାରତରେ ଇଲେକ୍ଟ୍ରିକ୍ କାର୍ ଫ୍ୟାକ୍ଟୋରୀ ସ୍ଥାପନ କରିବ ଟେସଲା

ଭାରତରେ ଇଲେକ୍ଟ୍ରିକ୍ କାର୍ ଫ୍ୟାକ୍ଟୋରୀ ସ୍ଥାପନ କରିବ ଟେସଲା

ଭାରତରେ ଇଲେକ୍ଟିକ୍ କାର୍ କାରଖାନା ସ୍ଥାପନ କରିବ ଟେସଲା (Tesla)। ବୈଦ୍ୟୁତିକ ଯାନର ଚାହିଦାକୁ ଦୃଷ୍ଟିରେ ରଖି ଏପରି ପ୍ରୟାସ ଆରମ୍ଭ କରିଛି ଆମେରିକୀୟ କମ୍ପାନୀ Tesla। ବୈଦ୍ୟୁତିକ ଯାନ ପ୍ରସ୍ତୁତକାରୀ କମ୍ପାନୀ ଟେସଲା ଏଥିପାଇଁ ଭାରତ ସରକାଙ୍କ ସହ କଥାବାର୍ତ୍ତା କରୁଛି।

Advertisment

ବର୍ଷକୁ 5 ଲକ୍ଷ ବୈଦ୍ୟୁତିକ କାର ଉତ୍ପାଦନ ପାଇଁ ଟେସଲା ଲକ୍ଷ୍ୟ ରଖିଛି। ଯଦି ଏହା ସଫଳ ହୁଏ, ଏହା ଭାରତର ଇଭି ବଜାରକୁ ଯଥେଷ୍ଟ ବୃଦ୍ଧି କରିପାରିବ। ଚଳିତ ବର୍ଷ ମଇ ମାସରେ ଟେସଲା ଏନେଇ ଭାରତ ସରକାରଙ୍କୁ ଜଣାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟେସଲାର ଯୋଜନା ଉଚ୍ଚାଭିଳାଷୀ। ଏହା ଉଭୟ ଟେସଲା ଏବଂ ଭାରତ ପାଇଁ ଲାଭଦାୟକ ହେବ।

ଉତ୍ପାଦନକୁ ଲୋକାଲାଇଜ୍ କରି ଟେସଲା ଏହାର କାରଗୁଡ଼ିକୁ ଭାରତରେ ଅଧିକ ସୁଲଭ କରିବାକୁ ଲକ୍ଷ୍ୟ ରଖିଛି। ରିପୋର୍ଟ ମୁତାବକ କାରର ସର୍ବନିମ୍ନ ମୂଲ୍ୟ 20 ଲକ୍ଷ ରହିବ।

Advertisment
Electric Car Factory Tesla Car Factory In India Tesla Electric Vehicle