Advertisment

୩୦ ଟଙ୍କାରେ ଆଳୁ ବିକିବେ ରାଜ୍ୟ ସରକାର

ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ୍ ଆଳୁ ଆଣିବା ପାଇଁ ଅର୍ଡର ଦିଆଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ। ଲୋକଙ୍କୁ ୩୦ ଟଙ୍କାରେ ଆଳୁ ବିକିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ଅଦ୍ୟତନ ହୋଇଛି
Patato

Patato

Advertisment

ଆଳୁ ସମସ୍ୟା ସମାଧାନ ପାଇଁ ବାଟ ଫିଟିଲା। ନାଫେଡ୍‌ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ। ସେଥିପାଇଁ ଅର୍ଡର ଦିଆଯାଇଛି। ଦିନେ ବା ଦୁଇ ଦିନ ଭିତରେ ଓଡ଼ିଶାରେ ଆଳୁ ପହଞ୍ଚିବ। ରାଜ୍ୟ ସରକାର ଉଚ୍ଚା ଦରରେ ଆଳୁ କିଣିଲେ ସୁଦ୍ଧା କିଲୋ ପିଛା ୩୦ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ସହରରେ କିଲୋ ପିଛା ୩୦ ଟଙ୍କାରେ ଆଳୁ ବିକ୍ରି କରାଯିବ। ନୂଆଦିଲ୍ଲୀ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ଶ୍ରୀ ପାତ୍ର କହିଛନ୍ତି, ଆଳୁ ସମସ୍ୟା ସମାଧାନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ପରେ ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବଙ୍କୁ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ଚିଠି ଲେଖିଥିଲେ। ଏବେ ମଧ୍ୟ ଆଳୁ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଚାଲିଛି। ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଦୂର ପାଇଁ ନାଫେଡ୍‌ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଅର୍ଡର ଦିଆଯାଇଛି। ଦିନେ ଦୁଇ ଦିନ ଭିତରେ ଆଳୁ ପହଞ୍ଚିବ। ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ଓଡ଼ିଶାରୁ ବା ଓଡ଼ିଶା ଦେଇ ଯେଉଁ ସବୁ ସାମଗ୍ରୀ ପଶ୍ଚିମବଙ୍ଗ ଯାଉଛି, ସେଥିପ୍ରତି ରାଜ୍ୟ ସରକାର କିଛି ପଦକ୍ଷେପ ନେବେ କି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ସେମିତି କିଛି ପରିସ୍ଥିତି ନଉପୁଜୁ ବୋଲି ଆମେ ଚାହୁଁଛୁ। କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ ହେଉ ବୋଲି ଚାହୁଁଛୁ। କାରଣ ପଶ୍ଚିମବଙ୍ଗ ଆମ ରାଜ୍ୟର ପଡ଼ୋଶୀ ରାଜ୍ୟ। ଆମ ସହିତ ତାଙ୍କର ସମ୍ପର୍କ ଭଲ ରହୁ। ଯେମିତି ଆଳୁ ଆସୁଥିଲା, ସେମିତି ଆସୁ। ସେଥିପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ମୁଁ ଆଜି ଶୁଣିବାକୁ ପାଇଛି ଲୋକମାନେ ଆନ୍ଧ୍ରପ୍ରଦଶରୁ ପଶ୍ଚିମବଙ୍ଗ ଯାଉଥିବା ମାଛ ଓ ଅଣ୍ଡା ଟ୍ରକ୍‌କୁ ଅଟକାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Patato Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe