ଜୁଲାଇ ୧ରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜୁଲାଇ ୧ରୁ ଆଣିବାକୁ ଯାଉଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁସାରେ,ବିଲ୍ ପେମେଣ୍ଟ ଏବେଠୁ BBPS ଜରିଆରେ ହେବ। BBPS ହେଉଛି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ।
Also Read
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ଜୁନ୍ ୩୦ ଭିତରେ ସମସ୍ତ କ୍ରେଡିଟ୍ କାର୍ଡ ପେମେଣ୍ଟ ଏହି BBPS ସିଷ୍ଟମ ଭିତରକୁ ଅଣାଯାଉ। ଫଳରେ ପୂର୍ବଭଳି ଫୋନ ପେ, କ୍ରେଡ୍ ଓ ବିଲ୍ ଡେସ୍କ ଭଳି ପ୍ଲାଟଫର୍ମ ଜରିଆରେ ପେମେଣ୍ଟ ସିଷ୍ଟମ ଜୁଲାଇ ୧ ପରଠୁ ଆଉ ହୁଏତ କାମ କରିନପାରେ ।
ତେବେ କାହିଁକି ବିବିପିଏସ୍ ଉପରେ ଗୁରୁତ୍ୱ ଦେଉଛି RBI ? ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଗ୍ରାହକଙ୍କ ପେମେଣ୍ଟ ପ୍ରୋସେସ୍କୁ
ଅଧିକ ବ୍ୟବସ୍ଥିତ ଓ ସୁରକ୍ଷିତ କରିବାକୁ ଏଭଳି ନିୟମ ଅଣାଯାଉଛି। ତେଣେ ଏହି ନିୟମକୁ କିଛି ବ୍ୟାଙ୍କ ଏବେ ଯାଏ ଗ୍ରହଣ କରିନଥିବା ବେଳେ, ଏହାକୁ ଲାଗୁ କରିବାକୁ ସମୟ ସୀମା ବଢାଇବାକୁ RBIକୁ ଅନୁରୋଧ କରିଛି ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ପ୍ରତ୍ୟାହୃତ କୃଷି ଆଇନ ମନ୍ଦ ନଥିଲା
ଏହି ତିନୋଟି ଆଇନକୁ ବିରୋଧ କରାଯିବା ନିରାଧାର ଥିଲା ବୋଲି କହି ହେବ ନାହିଁ। କେରଳରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଅନ୍ୟ ରାଜ୍ୟର ଚାଷୀଙ୍କ ଅପେକ୍ଷା ଅଧିକ ମୂଲ୍ୟ ପାଉଛନ୍ତି, ଏପରିକି ଏମଏସପି ଅପେକ୍ଷା ଅଧିକ ମୂଲ୍ୟରେ ନିଜର କୃଷି ଉତ୍ପାଦ ବିକ୍ରି କରୁଛନ୍ତି। ଆମ ରାଜ୍ୟରେ ଧାନମଣ୍ଡି ଅଛି ଏବଂ ସେଠାରେ ଚାଷୀମାନେ ଟୋକେନ୍ ଅନୁସାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରିକରି ଡିବିଟି ମାଧ୍ୟମରେ ଏମଏସପି ପାଆନ୍ତି।

Business
୮ବର୍ଷ ପରେ ବି ଖଣି କମ୍ପାନୀ ଦେଇନାହାନ୍ତି ୨୭୨୦କୋଟି ଟଙ୍କା, ନିଲାମ ହେବ ଆଉ ୨୨ଖଣି
ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।

Guest Column
ଅର୍ଥଶାସ୍ତ୍ର ବିଶାରଦ ଓ ସରକାରଙ୍କ ପାଇଁ ଆହ୍ୱାନ
ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ।

Guest Column
ନୂଆ କୃଷି ଆଇନ ଆସିବା ଦରକାର
ମୋଦି ବିରୋଧୀଙ୍କୁ କୃଷି-ଆଇନ ପ୍ରତ୍ୟାହାର ଘୋଷଣା ଏକ ସାମୟିକ ସୁଖଦ ଅନୁଭୁତି ଦେଇଥିଲା – ଏହା ଏକ ସତ୍ୟ। କିନ୍ତୁ ଏହା କ’ଣ ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ କରି ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର କରି ପାରିବ? “ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାହୁ !”ନ୍ୟାୟରେ କୃଷକଙ୍କୁ ନେଇ ରାଜନୀତି କେତେ ଦିନ କରିଚାଲିବା ?