Advertisment

ଜୁଲାଇ ପହିଲାରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ନିୟମ

ନୂଆ ନିୟମକୁ ଲାଗୁ କରିବାକୁ ସମୟ ସୀମା ବଢାଇବାକୁ RBIକୁ ଅନୁରୋଧ କରିଛି ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ।

RBI

RBI

Advertisment

ଜୁଲାଇ ୧ରୁ ବଦଳିପାରେ କ୍ରେଡିଟ୍ କାର୍ଡ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜୁଲାଇ ୧ରୁ ଆଣିବାକୁ ଯାଉଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁସାରେ,ବିଲ୍ ପେମେଣ୍ଟ ଏବେଠୁ BBPS ଜରିଆରେ ହେବ। BBPS ହେଉଛି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ।

Advertisment

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ଜୁନ୍ ୩୦ ଭିତରେ ସମସ୍ତ କ୍ରେଡିଟ୍ କାର୍ଡ ପେମେଣ୍ଟ ଏହି BBPS ସିଷ୍ଟମ ଭିତରକୁ ଅଣାଯାଉ। ଫଳରେ ପୂର୍ବଭଳି ଫୋନ ପେ, କ୍ରେଡ୍ ଓ ବିଲ୍ ଡେସ୍କ ଭଳି ପ୍ଲାଟଫର୍ମ ଜରିଆରେ ପେମେଣ୍ଟ ସିଷ୍ଟମ ଜୁଲାଇ ୧ ପରଠୁ ଆଉ ହୁଏତ କାମ କରିନପାରେ ।

ତେବେ କାହିଁକି ବିବିପିଏସ୍ ଉପରେ ଗୁରୁତ୍ୱ ଦେଉଛି RBI ? ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଗ୍ରାହକଙ୍କ ପେମେଣ୍ଟ ପ୍ରୋସେସ୍‌କୁ
ଅଧିକ ବ୍ୟବସ୍ଥିତ ଓ ସୁରକ୍ଷିତ କରିବାକୁ ଏଭଳି ନିୟମ ଅଣାଯାଉଛି। ତେଣେ ଏହି ନିୟମକୁ କିଛି ବ୍ୟାଙ୍କ ଏବେ ଯାଏ ଗ୍ରହଣ କରିନଥିବା ବେଳେ, ଏହାକୁ ଲାଗୁ କରିବାକୁ ସମୟ ସୀମା ବଢାଇବାକୁ RBIକୁ ଅନୁରୋଧ କରିଛି ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ।

Advertisment
Credit Cards RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe