Advertisment

ସର୍ବାଧିକ ବେତନ ପାଉଥିବା IT CEO, ଦରମା ଶୁଣିଲେ ଉଡ଼ିଯିବ ହୋସ୍ !

HCLTechର ସିଇଓ ପାଉଛନ୍ତି ସବୁଠୁ ଅଧିକ ଦରମା।

ଅଦ୍ୟତନ ହୋଇଛି
C Vijaykumar

C Vijaykumar

Advertisment

ଦେଶରେ ଆଇଟି ସେକ୍ଟରରେ କାମ କରୁଥିବା ସିଇଓଙ୍କ ମଧ୍ୟରୁ ସର୍ବାଧିକ ଦରମା ପାଉଛନ୍ତି ସି ବିଜୟକୁମାର। ଏକ ରିପୋର୍ଟ ଅନୁସାରେ ବିଜୟକୁମାରଙ୍କ ବାର୍ଷିକ ଦରମା 84 କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ବିଜୟକୁମାର ହେଉଛନ୍ତି HCLTechର ସିଇଓ।

Advertisment

ଜୁଲାଇ 22ରେ କମ୍ପାନୀ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁଯାୟୀ, 2024 ଆର୍ଥିକ ବର୍ଷରେ ବିଜୟକୁମାରଙ୍କ ଦରମା 84.16 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ବର୍ଷ ତୁଳନାରେ 190.75 ପ୍ରତିଶତ ବୃଦ୍ଧି ଘଟିଛି। ଏହି ବୃଦ୍ଧ ସହ ବିଜୟକୁମାର ହେଉଛନ୍ତି ସର୍ବାଧିକ ଦରମା ପାଉଥିବା ସିଇଓ।

ଏହି ରିପୋର୍ଟରେ କମ୍ପାନୀ ଦ୍ୱାରା ଦିଆଯାଇଥିବା ମୌଳିକ ଦରମା(ବେସିକ୍ ସାଲାରି), ବୋନସ ଏବଂ ପ୍ରୋତ୍ସାହନ ରାଶି ମଧ୍ୟ ଅନ୍ତର୍ଭୁକ୍ତ।

Advertisment

କମ୍ପାନୀର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଜୟକୁମାରଙ୍କ ବେସିକ୍ ସାଲାରୀ ପ୍ରାୟ 1.96 ମିଲିୟନ ଡ଼ଲାର ଅର୍ଥାତ 16.39 କୋଟି ଟଙ୍କା। ଏହା ସାଙ୍ଗକୁ 9.53 କୋଟି ଟଙ୍କା ବୋନସ୍ ଏବଂ 19.74 କୋଟି ଟଙ୍କାର ଲଙ୍ଗ ଟର୍ମ ଇନସେଣ୍ଟିଭ୍ (LTI) ପ୍ରଦାନ କରାଯାଇଛି। 

HCLTechnology C Bijayakumar IT CEO Highest Paid Indian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe