Advertisment

୯୦ ଟପିଲା ତେଲ ଦର, କେନ୍ଦ୍ରକୁ ଦାୟୀ କଲେ ଥୋମାସ୍

ନୂଆଦିଲ୍ଲୀ: ଦେଶରେ ତେଲ ଦର ଏବେ ଶତକ ମୁହାଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମ୍ ରହିଥିବା ବେଳେ ତେଲ ଦର ଆକାଶ ଏବେ ଆକାଶ ଛୁଆଁ। ମୁମ୍ୱାଇରେ ୯୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର। ଯେଉଁ ହାରରେ ତେଲ ଦର ବଢ଼ୁଛି ସେମିତି ହେଲେ ଜାନୁଆରୀ ଅଧା ବେଳକୁ ପେଟ୍ରୋଲ ୯୫ ଟଙ୍କା ଛୁଇଁବ ଓ ଫେବୃଆରୀ ଶେଷ ବେଳକୁ ଶତକ ମାରିବା ଏକ ପ୍ରକାର ସୁନିଶ୍ଚିତ। ହେଲେ ତିନି ଦିନ ହେବ […]

ଅଦ୍ୟତନ ହୋଇଛି
ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

petrol

Advertisment

ନୂଆଦିଲ୍ଲୀ: ଦେଶରେ ତେଲ ଦର ଏବେ ଶତକ ମୁହାଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମ୍ ରହିଥିବା ବେଳେ ତେଲ ଦର ଆକାଶ ଏବେ ଆକାଶ ଛୁଆଁ। ମୁମ୍ୱାଇରେ ୯୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର। ଯେଉଁ ହାରରେ ତେଲ ଦର ବଢ଼ୁଛି ସେମିତି ହେଲେ ଜାନୁଆରୀ ଅଧା ବେଳକୁ ପେଟ୍ରୋଲ ୯୫ ଟଙ୍କା ଛୁଇଁବ ଓ ଫେବୃଆରୀ ଶେଷ ବେଳକୁ ଶତକ ମାରିବା ଏକ ପ୍ରକାର ସୁନିଶ୍ଚିତ। ହେଲେ ତିନି ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି। ତେଲ ଦର ବଢ଼ିବା ପରେ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବଢ଼ିଛି। ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

କେରଳର ଅର୍ଥମନ୍ତ୍ରୀ ଥୋମାସ୍ ଟ୍ୱିଟ୍ କରି ତେଲ ଦର ବଢ଼ିବା ପଛର କାରଣ କହିଛନ୍ତି। ବିଗତ ୧୮ ଦିନରେ ପେଟ୍ରୋଲ ୪ ପ୍ରତିଶତ ଏବଂ ଡିଜେଲ ଦାମ ୫ ପ୍ରତିଶତ ବଢ଼ିଛି। କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ପାଇଁ ତେଲ ଦର ଏବେ ବଢ଼ିଛି ବୋଲି ସେ କହିଛନ୍ତି। ସରକାର ତୁରନ୍ତ ଏକସାଇଜ୍ ଡ୍ୟୁଟି କମାଇବା ଦରକାର ବୋଲି ଥୋମାସ କହିଛନ୍ତି।

https://twitter.com/drthomasisaac/status/1336876909624344577?s=20

ଦୀପାବଳି ପରଠାରୁ ତେଲ ଦର ଅଧିକ ବଢ଼ିଛି। ଏଯାବତ ପେଟ୍ରୋଲ ଅଢ଼େଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ବେଳେ ଡିଜେଲ ତିନି ଟଙ୍କା ମହଙ୍ଗା ହୋଇଛି। ନଭେମ୍ବର ୨୦ ଠାରୁ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦାମ ଲିଟର ପିଛା ୩.୪୧ ଟଙ୍କା ବୃଦ୍ଧି ପାଇଛି।

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ୧୦ରେ ପେଟ୍ରୋଲ ଲିଟର ପିଛା ୮୩.୭୧ ଟଙ୍କା ରହିଛି। ଏଥି ସହିତ ଡିଜେଲ ଲିଟର ପିଛା ୭୩.୮୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୩୪ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୮୦.୫୧ ପଇସା ରହିଛି। ପେଟ୍ରୋଲ ଲିଟର ପିଛା ୧.୩୭ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧.୪୫ ପଇସା ବଢ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe