Advertisment

ନୂଆ ଶିଳ୍ପ ସ୍ଥାପନ ପାଇଁ ଇଡକୋ ନେବ ବରଗଡ଼ ଚିନି କଳ ଜମି

ଇଡକୋ ଏହି ଜମିରେ ନୂଆ ଶିଳ୍ପ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବ

IDCO

IDCO

Advertisment

ବରଗଡ଼ ଚିନି କଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇଡକୋ ଏହି ଜମିରେ ନୂଆ ଶିଳ୍ପ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବ। ବରଗଡ଼ ଚିନି କଳର ପୁନରୁଦ୍ଧାର ପରିବର୍ତ୍ତେ ରାଜ୍ୟ ସରକାର ନୂଆ ଶିଳ୍ପ ସ୍ଥାପନ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ବରଗଡ଼ସ୍ଥିତ ଚିନି କଳରେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂଆ ମେସିନ୍ ପାଇଁ ପାଣ୍ଠି ଅଭାବ ଓ ଅନ୍ୟାନ୍ୟ କାରଣ ନିମନ୍ତେ ଚିନିକଳରେ କାମ ବନ୍ଦ ରହିଥିଲା। ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂଆ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚିନିକଳର ମୋଟ ୧୦୩ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ଏକର ଜମି ପାଇଁ ଇଡକୋ ୪୦.୬୮କୋଟି ଟଙ୍କା ପ୍ରଦାନ କରିଛି। ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ଼ ସମବାୟ ଚିନିକଳର ଲିକ୍ୱିଡେଟରଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। ବାକି ଜମି ବିବାଦମୁକ୍ତ ହେବା ପରେ ତାକୁ ମଧ୍ୟ ଇଡକୋକୁ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।

Idco Land Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe