Advertisment

ଆଜି ଧନତେରସ୍; ବାଧୁଛି ଦର, ତଥାପି ସୁନା ଦୋକାନରେ ଜମୁଛି ଭିଡ଼

ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ପାଖାପାଖି ୧୭ ହଜାର ଟଙ୍କା ଉଚ୍ଚା ରହିଛି। ଏହା ଗ୍ରାହକଙ୍କୁ ଖୁବ୍‌ ବାଧୁଥିବା ସତ୍ତ୍ୱେ ପରମ୍ପରାକୁ ବଜାୟ ରଖିବାକୁ ସୁନା ଦୋକାନମୁହାଁ ହେଉଛନ୍ତି।

Jewellery Shop

Jewellery Shop

Advertisment

ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ୱାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ସୁନା ଗହଣା କିଣିବା ଲାଗି ବିଭିନ୍ନ ଗହଣା ଦୋକାନରେ ନୂଆ ନୂଆ ଡିଜାଇନର ଗହଣା ସାଂଗକୁ ଗ୍ରାହକଙ୍କ ଲାଗି ମନଲୋଭା ଅଫର୍ ରହିଛି। ଦର ଟିକେ ଉଚ୍ଚା ଥିଲେ ବି ପରଂପରା ବଜାୟ ରଖିବାକୁ ସୁନା କିଣୁଛନ୍ତି ଗ୍ରାହକ।

Advertisment

ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ପାଖାପାଖି ୧୭ ହଜାର ଟଙ୍କା ଉଚ୍ଚା ରହିଛି। ଏହା ଗ୍ରାହକଙ୍କୁ ଖୁବ୍‌ ବାଧୁଥିବା ସତ୍ତ୍ୱେ ପରମ୍ପରାକୁ ବଜାୟ ରଖିବାକୁ ସୁନା ଦୋକାନମୁହାଁ ହେଉଛନ୍ତି। ଆଗକୁ ବିବାହ ଋତୁ ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ ।

ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା। ହେଲେ ଆଜି ତାହା ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍‌ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହାଁଇଲାଣି। ଦର ପହଞ୍ଚିଛି ୭୯ ହଜାର ୮୦୦ ଟଙ୍କାରେ। ତେଣୁ ଇଚ୍ଛା ଥିଲେ ବି ଅଳ୍ପ ଓଜନର ଜିନିଷ କିଣିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଗ୍ରାହକ।

Advertisment

ଗତବର୍ଷ ଧନତେରସ ସମୟରେ ବା ପରେ ବିବାହ ତିଥିନଥିଲା। ହେଲେ ଏବର୍ଷ ଧନତେରସ୍‌ ସରୁ ସରୁ ଆରମ୍ଭ ହେବ ବିବାହ ଋତୁ। ତେଣୁ ପୂର୍ବ ବର୍ଷ ତୁଳନାରେ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ।

ଏ ବର୍ଷ କେବଳ ଧନତେରସ ପାଇଁ ହିଁ ରାଜ୍ୟର ସୁନା ଗହଣା ପ୍ରତିଷ୍ଠାନଗୁଡ଼ିକ ପାଖାପାଖି ୧୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନୂଆ ସୁନା ଗହଣା କିଣିଛନ୍ତି। ଆଶା ରଖିଛନ୍ତି, କେବଳ ଧନତେରସରେ ହିଁ ଅଢ଼େଇରୁ ୩ କ୍ୱିଣ୍ଟାଲ୍‌ ସୁନା ଗହଣା ବିକ୍ରି ହେବ।

Dhanteras
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe