Tamato
ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତାକାଲି ଠାରୁ ଟମାଟୋ କେଜି ପିଛା ୫୦ ଟଙ୍କାରେ ବିକ୍ରି ହେବ। ଟମାଟୋର ବର୍ଦ୍ଧିତ ଦରକୁ ନେଇ ସାଧାରଣ ଖାଉଟି ଆଉଟ ପାଉଟ ହେଉଥିବା ବେଳେ ସେମାନଙ୍କୁ ଆଶ୍ୱସ୍ତି ଦେବାକୁ ଆଜି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।
୧୫ ଅଗଷ୍ଟରୁ ଖୁଚୁରା ମାର୍କେଟରେ ଟମାଟୋ କେଜି ପିଛା ୫୦ ଟଙ୍କାରେ ବିକ୍ରି କରିବାକୁ ଆଜି କେନ୍ଦ୍ର ସରକାର ନ୍ୟାଶନାଲ କୋପରେଟିଭ କଞ୍ଜୁମର ଫେଡରେସନ (ଏନସିସିଏଫ) ଓ ନ୍ୟାଶନାଲ ଏଗ୍ରିକଲଚର କୋପରେଟିଭ ମାର୍କେଟିଂ ଫେଡରେସନକୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ମାର୍କେଟରେ ଟମାଟୋ ଦର ହ୍ରାସ ପାଇଥିବାରୁ ଖାଉଟି ବ୍ୟାପର ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।
ନ୍ୟାଶନାଲ କୋପରେଟିଭ କଞ୍ଜୁମର ଫେଡରେସନ(ଏନସିସିଏଫ) ଓ ନ୍ୟାଶନାଲ ଏଗ୍ରିକଲଚର କୋପରେଟିଭ ମାର୍କେଟିଂ ଫେଡରେସନ ବର୍ତ୍ତମାନ ଦିଲ୍ଲୀ-ଏନସିଆର, ଜୟପୁର, କୋଟା, ଲକ୍ଷ୍ନୌ, କାନପୁର, ବାରାଣସୀ, ପ୍ରୟାଗରାଜ, ପାଟନା, ମୁଜାଫରପୁର, ଆରହ ଓ ବକ୍ସରରେ ଟମାଟୋ ବିକ୍ରି କରୁଛନ୍ତି ତେଣୁ ଆସନ୍ତାକାଲି ଏହି ସବୁ ସ୍ଥାନରେ ଟମାଟୋ କେଜି ପିଛା ୫୦ ଟଙ୍କାରେ ମିଳିବ।
ଟମାଟୋ ଦର ବୃଦ୍ଧି ପାଇବାରୁ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ। ଏହାପରେ ଏନସିସିଏଫ ଦିଲ୍ଲୀ ୭୦ଟି, ନୋଏଡା ଓ ଗ୍ରେଟର ନୋଏଡାର ୧୫ଟି ସ୍ଥାନରେ ମୋବାଇଲ ଟମାଟୋ ଦୋକାନ ଖୋଲି ଲୋକଙ୍କୁ ବିକ୍ରି କରିବା ଆରମ୍ଭ କରିଥିଲା।
ପ୍ରଥମେ ଏଠାରେ କେଜି ପିଛା ଟମାଟୋର ଦାମ ୯୦ ଟଙ୍କା ଥିଲା। ପରେ ଏହା ୮୦ ଓ ଜୁଲାଇ ୨୦ରୁ କେଜି ପିଛା ୭୦ ଟଙ୍କା ହୋଇଥିଲା। ଏହାବାଦ ସଂସ୍ଥା ପକ୍ଷରୁ ଡିଜିଟାଲ ପ୍ଲାଟପର୍ମରେ ମଧ୍ୟ ବିକ୍ରି କରାଯାଉଥିଲ।
ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ମହାରାଷ୍ଟ୍ରରୁ ଟମାଟୋ କିଣି ଏନସିସିଏଫ ଓ ଏନଏଏଫଇଡି ଟମାଟୋ ବିକ୍ରି ଆରମ୍ଭ କରିଥିଲେ। ୧୩ ତାରିଖ ମଧ୍ୟରେ ସଂସ୍ଥା ପକ୍ଷରୁ ମୋଟ ୧୫ ଲକ୍ଷ କେଜି ଟମାଟୋ କିଣା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Tamato__1692026579.jpg)