Advertisment

ରାତି ପାହିଲେ ଧନତେରସ୍‌; ୩ କ୍ୱିଣ୍ଟାଲ୍‌ ସୁନା ବିକିବାକୁ ଟାର୍ଗେଟ ରଖିଛନ୍ତି ବ୍ୟବସାୟୀ

ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା। ହେଲେ ଆଜି ତାହା ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍‌ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହାଁଇଲାଣି।

author-image
Manoranjan Sial
ଅଦ୍ୟତନ ହୋଇଛି
Gold

Gold

ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍‌। ବିଶ୍ୱାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ହେଲେ ଏବର୍ଷ ସୁନା ଦର ଗତବର୍ଷ ତୁଳନାରେ ପାଖାପାଖି ୧୭ ହଜାର ଟଙ୍କା ଉଚ୍ଚା ଥିବାରୁ ଗ୍ରାହକ ଖୁସି ନାହାନ୍ତି। ତଥାପି ଦୋକାନରେ ଲାଗିଛି ପ୍ରବଳ ଭିଡ଼। ସେପଟେ ଆଗକୁ ବିବାହ ଋତୁ ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ।

Advertisment

ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା। ହେଲେ ଆଜି ତାହା ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍‌ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହାଁଇଲାଣି। ଦର ପହଞ୍ଚିଛି ୭୯ ହଜାର ୮୦୦ ଟଙ୍କାରେ। ଗ୍ରାହକଙ୍କ କହିବା କଥା, ସୁନା ଗହଣା କିଣିବାକୁ ଯେତେ ଅପେକ୍ଷା କରୁଛୁ, ଦର ସେତେ ବଢ଼ି ବଢ଼ି ଯାଉଛି। ଏବେ ଅଫର ଚାଲିଛି, ତେଣୁ ଅଳ୍ପ ହେଉ ପଛେ କିଣି ନେଉଛୁ।

ଗତବର୍ଷ ଧନତେରସ ସମୟରେ ବା ପରେ ବିବାହ ତିଥିନଥିଲା। ହେଲେ ଏବର୍ଷ ଧନତେରସ୍‌ ସରୁ ସରୁ ଆରମ୍ଭ ହେବ ବିବାହ ଋତୁ। ତେଣୁ ପୂର୍ବ ବର୍ଷ ତୁଳନାରେ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ। ମିଳିଥିବା ସୂଚନା ଅନୁସାରେ, ଏ ବର୍ଷ କେବଳ ଧନତେରସ ପାଇଁ ହିଁ ରାଜ୍ୟର ସୁନା ଗହଣା ପ୍ରତିଷ୍ଠାନଗୁଡ଼ିକ ପାଖାପାଖି ୧୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନୂଆ ସୁନା ଗହଣା କିଣିଛନ୍ତି। ଆଶା ରଖିଛନ୍ତି, କେବଳ ଧନତେରସରେ ହିଁ ଅଢ଼େଇରୁ ୩ କ୍ୱିଣ୍ଟାଲ୍‌ ସୁନା ଗହଣା ବିକ୍ରି ହେବ।

Advertisment
Bhubaneswar Dhanteras