Advertisment

୬୪ ହଜାର ଲୋକଙ୍କୁ ଚାକିରିରୁ ବିଦା କଲେଣି ଏହି ଟପ୍‌ ୩ ଆଇଟି କମ୍ପାନୀ

ଏହି ୩ କମ୍ପାନୀ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସୁଦ୍ଧା ୬୪ ହଜାର ଲୋକଙ୍କୁ ଚାକିରିରୁ ବିଦା କରି ସାରିଲେଣି।

IT

IT

Advertisment

ବିଗତ ଦୁଇ ଦଶନ୍ଧି ଧରି ଏମାନେ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଲୋକଙ୍କୁ ବିପୁଳ ସଂଖ୍ୟାରେ ନିଯୁକ୍ତି ଦେଉଥିଲେ। କିନ୍ତୁ ସମୟ ବଦଳିବା ସହ ସେମାନଙ୍କ ସ୍ଥିତି ବଦଳି ଯାଇଛି। ନିଯୁକ୍ତି ବଦଳରେ ସେମାନେ ଆରମ୍ଭ କରିଛନ୍ତି ଛଟେଇ।

Advertisment

ଏପରି ସ୍ଥିତି ଟିସିଏସ୍‌, ଇନଫୋସିସ ଓ ୱିପ୍ରୋ ସହ ଘଟିଛି। ଏକଦା ଆଇଟି ଜଗତର ଏହି ଟପ୍‌ ୩ କମ୍ପାନୀ ସର୍ବାଧିକ ନିଯୁକ୍ତି ଦେଉଥିଲେ। କିନ୍ତୁ ଏହି ୩ କମ୍ପାନୀ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସୁଦ୍ଧା ୬୪ ହଜାର ଲୋକଙ୍କୁ ଚାକିରିରୁ ବିଦା କରି ସାରିଲେଣି।

ସେହିପରି ବର୍ତ୍ତମାନ ଚାଲିଥିବା ଆର୍ଥିକ ବର୍ଷରେ ସେମାନଙ୍କ ରାଜସ୍ୱ ସଂଗ୍ରହ ସେତେଟା ଭଲ ରହିବ ନାହିଁ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଇନଫୋସିସର ରାଜସ୍ୱ ଅଭିବୃଦ୍ଧି ୧ରୁ ୩% ମଧ୍ୟରେ ରହିବ। ୱିପ୍ରୋ ରାଜସ୍ୱ ୧.୫% ହ୍ରାସ ପାଇବ କିମ୍ବା ଜୁନ କ୍ୱାର୍ଟର ସୁଦ୍ଧର ଏହା ୦.୫% ବଢ଼ିପାରେ।

Advertisment

ଏପରି ଖବର ଇଞ୍ଜିନିୟର ଗ୍ରାଜ୍ୟୁଏଟଙ୍କ ପାଇଁ ଆଦୌ ଭଲ ଖବର ନୁହେଁ। କାରଣ ରାଜସ୍ୱ ଅଭିବୃଦ୍ଧି ନ ହେଲେ କମ୍ପାନୀଗୁଡ଼ିକ ନୂଆ ନିଯୁକ୍ତି ମଧ୍ୟ ଦେବେ ନାହିଁ। ଏଭରେଷ୍ଟ ଗ୍ରୁପ୍‌ର ସିଇଓ ବେନଡର ସାମ୍ୟୁଏଲ କହିଛନ୍ତି, କରୋନା ପରେ ଅତ୍ୟଧିକ ନିଯୁକ୍ତି ମିଳିଥିଲା। କିନ୍ତୁ ନୂଆ ଦକ୍ଷ ପିଲାଙ୍କୁ ସୁଯୋଗ ଦେବାକୁ ଏବେ ଛଟେଇ କରାଯାଉଛି। ଆଇଟି ଇଣ୍ଡଷ୍ଟ୍ରୀର ଚାହିଦା ମଧ୍ୟ କମିଛି ବୋଲି ସେ କହିଛନ୍ତି।

ଆମେରିକାର ଅର୍ଥନୀତି ଭଲ କରୁଛି। କିନ୍ତୁ ଟିସିଏସ୍‌ ସିଇଓ କେ କୀର୍ତ୍ତିବାସନ ନିକଟରେ କହିଥିଲେ ଆମେରିକାର ଉଦ୍ୟୋଗୀମାନେ ପୂର୍ବଭଳି ଚିନ୍ତାରେ ରହି ପାରନ୍ତି। କାରଣ ଆଗକୁ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଆଇଟି କ୍ଷେତ୍ରରେ ଅଧିକ ମାତ୍ରାରେ ନିବେଶ କରିବାକୁ ସମସ୍ତେ ଡରୁଛନ୍ତି।

ୱିପ୍ରୋର ମାନବ ସମ୍ବଳ ବିଭାଗର ମୁଖ୍ୟ ସୌରଭ ଗୋଭିଲ କହିଛନ୍ତି, ଛଟେଇ ବିଭିନ୍ନ କାରଣ ପାଇଁ କରାଯାଇଛି। ଅପରେସନାଲ ଦକ୍ଷତା ମଧ୍ୟ ଏହାର ମୁଖ୍ୟ କାରଣ।

ଅନ୍ୟପକ୍ଷରେ କୃତ୍ରିମ ବୃଦ୍ଧିମତା ବା ଏଆଇ ଯୋଗୁ ମଧ୍ୟ ଛଟେଇ କରାଯାଉଛି। ପରିବେଶର ଆବଶ୍ୟକତା ଯୋଗୁ ମଧ୍ୟ ବିଭିନ୍ନ କମ୍ପାନୀ ନିଜର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରୁଥିବା କୁହାଯାଉଛି।

Wipro Infosys IT Sector TCS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe