Advertisment

ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ଆର୍ଥିକ ଦଣ୍ଡର ନୂଆ ଫର୍ମାଟ୍ !

ନୂଆଦିଲ୍ଲୀ: ଦ୍ରୁତଗତି ମହାବିପତ୍ତି। ଲୋକେ ଏ ବାବଦରେ ଜାଣି ମଧ୍ୟ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦ୍ରୁତ ଗତିରେ ଗାଡି ଚଳାଉଥିବାର ନଜିର ରହିଛି। ଏବେ କିନ୍ତୁ ସ୍ପିଡ୍ ଚଳାଉଥିବା ଚାଳକଙ୍କୁ ପାନେ ଦେବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ମୁଖ୍ୟତଃ ଏହା ହେଉଛି ଆର୍ଥିକ ଜୋରିମାନା। ପ୍ରତ୍ୟେକ ମୋଟର ବୀମା କ୍ରେତାଙ୍କ ଟ୍ରାଫିକ ଉଲ୍ଲଙ୍ଘନ ପଏଣ୍ଟ ପାଇଁ ମୂଲ୍ୟାଙ୍କନ କରାଯିବ, ଯାହା ଉପରେ ପ୍ରିମିୟମ ସ୍ଥିର ହେବ । ଅର୍ଥାତ୍ ଯିଏ ଯେତେ ଟ୍ରାଫିକ୍ ଆଇନ୍ ଉଲ୍ଲଙ୍ଘନ କରିବ, ତାଙ୍କ […]

ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ଆର୍ଥିକ ଦଣ୍ଡର ନୂଆ ଫର୍ମାଟ୍ !

traffic

Advertisment

ନୂଆଦିଲ୍ଲୀ: ଦ୍ରୁତଗତି ମହାବିପତ୍ତି। ଲୋକେ ଏ ବାବଦରେ ଜାଣି ମଧ୍ୟ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦ୍ରୁତ ଗତିରେ ଗାଡି ଚଳାଉଥିବାର ନଜିର ରହିଛି। ଏବେ କିନ୍ତୁ ସ୍ପିଡ୍ ଚଳାଉଥିବା ଚାଳକଙ୍କୁ ପାନେ ଦେବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ମୁଖ୍ୟତଃ ଏହା ହେଉଛି ଆର୍ଥିକ ଜୋରିମାନା। ପ୍ରତ୍ୟେକ ମୋଟର ବୀମା କ୍ରେତାଙ୍କ ଟ୍ରାଫିକ ଉଲ୍ଲଙ୍ଘନ ପଏଣ୍ଟ ପାଇଁ ମୂଲ୍ୟାଙ୍କନ କରାଯିବ, ଯାହା ଉପରେ ପ୍ରିମିୟମ ସ୍ଥିର ହେବ । ଅର୍ଥାତ୍ ଯିଏ ଯେତେ ଟ୍ରାଫିକ୍ ଆଇନ୍ ଉଲ୍ଲଙ୍ଘନ କରିବ, ତାଙ୍କ ଗାଡ଼ିର ବୀମା ରାଶି ମଧ୍ୟ ସେତେ ଅଧିକ ହେବ ବୋଲି ଏକ ଚିଠା ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ହେଲେ ଲୋକେ ନିର୍ଦ୍ଧାରିତ ସ୍ପିଡରେ ଗାଡ଼ି ଚଳାଇବେ ବୋଲି ଆଶା ରହିଛି।

Advertisment

ବୀମା ନିୟନ୍ତ୍ରକ IRDAI ଦ୍ୱାରା ନିଯୁକ୍ତ ଏକ କମିଟି ସୁପାରିଶ କରିଛି ଯେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବୀମା ପ୍ରିମିୟମ ସହିତ ଜୋରିମାନା ରାଶିକୁ ଯୋଡ଼ିବାର ଆବଶ୍ୟକ ରହିଛି। ଏମିତି ହେଲେ ଗାଡ଼ି ଚଳାଇବାରେ ଉନ୍ନତି ଆସିପାରେ।

ସ୍ପିଡରେ ଯାଉଥିବା ଚାଳକଙ୍କୁ ସାବାଡ଼ କରିବାକୁ ଯାଇ ପରୋକ୍ଷରେ ବୀମା ବେଳେ ଅଧିକ ଟଙ୍କା ଲାଗୁ କରିବାକୁ 9 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଆଇଆରଡିଏଆଇକୁ ପ୍ରସ୍ତାବ ଦେଇଛ। ଏହି ପ୍ୟାନେଲରେ ଦିଲ୍ଲୀ ଟ୍ରାଫିକ ପୁଲିସ,  ଆଇଆରଡିଏଆଇ, ଇନସ୍ୟୁରାନ୍ସ ଇନଫରମେସନ୍ ବ୍ୟୁରୋ (ଆଇଆଇବି)ର ଅଧିକାରୀ ଏବଂ ବୀମା କମ୍ପାନୀ ରହିଛନ୍ତି। ସେହିପରି ଗାଡ଼ି ମାଲିକ କୌଣସି ବିମା କିଣିବା ପୂର୍ବରୁ ସୁନିଶ୍ଚିତ କରାଇବେ ଯେ ସେ ଟ୍ରାଫିକ ଆଇନ୍ ଅଧୀନରେ ରହିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe