ଦିଦି ଫେରାଇଇଲେ.. ଯୋଗୀ ଭରସା ଦେଲେ ! | Odisha Reporter
ଓଡ଼ିଶା ସୀମାରେ ଅଟକିଥିବା ଆଳୁ ଟ୍ରକ ପଶ୍ଚିମବଙ୍ଗ ଫେରିଗଲା । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଗଲେ । ତେବେ ହଠାତ ଦିଦି ନିର୍ଦ୍ଦେଶ ଦେଲେ ଆଳୁ ଅନ୍ୟ ରାଜ୍ୟକୁ ଯିବ ନାହିଁ। ଆଉ ଏ ହେଉଛି ତାପରର ଦୃଶ୍ୟ। ଓଡିଶା-ପଶ୍ଚିମବଙ୍ଗ ସୀମା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଟୋଲଗେଟରେ ଆଳୁ ଗାଡି ଦୀର୍ଘ ସମୟ ଛିଡା ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମସ୍ତ ଗାଡି ଓଡିଶା ଓ ଆନ୍ଧ୍ରକୁ ଯିବା ବଦଳରେ ପୁଣି ନିଜ ରାଜ୍ୟକୁ ଫେରି ଯାଉଛି। ଆଳୁ ପାଇଁ ପଡୋଶୀ ପଶ୍ଚିମବଙ୍ଗ ଉପରେ ଓଡିଶା ଅଧିକ ନିର୍ଭର କରିଥାଏ। ଏଇ ବାଟ ଦେଇ ପ୍ରତିଦିନ ଶହ ଶହ ଆଳୁ ଟ୍ରକ ଓଡିଶାକୁ ଆସେ କିନ୍ତୁ ଗୁରୁବାର ରାତିରୁ ଏମିତି ଧାଡି କି ଧାଡି ଠିଆ ହୋଇଛି ଶହ ଶହ ଆଳୁ ବୋଝେଇ ଟ୍ରକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
