Advertisment

ଭାରତ ଉପରେ ଆଉ ୨୫% ଟାରିଫ ଲଗାଇଲେ ଟ୍ରମ୍ପ, ମୋଟ ଶୁଳ୍କ ୫୦%ରେ ପହଞ୍ଚିଲା

ଅଗଷ୍ଟ ୧ରୁ ଭାରତ ଉପରେ ଆମେରିକା ୨୫% ଟାରିଫ ଲଗାଇବା ଆରମ୍ଭ କରିଥିଲା। ଏବେ ଆଉ ୨୫% ଟାରିଫ ଲାଗୁ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Trump

Trump

ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଆଉ ୨୫% ଟାରିଫ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟାରିଫ ବୃଦ୍ଧି ଧମକର ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ରୁଷ ଠାରୁ ଭାରତ ତେଲ କିଣିବା ଜାରି ରଖିଥିବାରୁ ଟ୍ରମ୍ପ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଏବେ ଭାରତ ଉପରେ ଲାଗୁ ହେଉଥିବା ମୋଟ ଟାରିଫ ବା ଶୁଳ୍କ ପରିମାଣ ୫୦%କୁ ବୃଦ୍ଧି ପାଇଛି।

Advertisment

ଜୁନ ୩୦ରେ ଟ୍ରମ୍ପ ଘୋଷଣା କରିଥିବା ଟାରିଫ ଅଗଷ୍ଟ ୭ରୁ ଲାଗୁ ହେବ। ଅର୍ଥାତ ଅଗଷ୍ଟ ୭ରୁ ଭାରତୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଆମେରିକା ୨୫% ଟାରିଫ ଲଗାଇବ। ଆଜି ଲାଗୁ ହୋଇଥିବା ଅତିରିକ୍ତ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ ଅଗଷ୍ଟ ୨୭ରୁ ଲାଗୁ ହେବ। ମୋଟ ଉପରେ ଅଗଷ୍ଟ ୨୭ରୁ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ୫୦% ଟାରିଫ ଲାଗୁ ହେବ। 

ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ଦସ୍ତଖତ କରି ବୁଧବାର ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲାଗୁ କରିଛନ୍ତି। ଟ୍ରମ୍ପ ଗୋଟିଏ ୯ ସୂତ୍ରୀ ଦସ୍ତାବିଜରେ ବୁଧବାର ଦସ୍ତଖତ କରିଛନ୍ତି। ଏଥିରେ ଟାରିଫ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା ରହିଛି। ରୁଷ ଠାରୁ ସାମଗ୍ରୀ ନ ଆଣିବା ପାଇଁ ଆମେରିକାରେ ଏକାଧିକ ନିୟମ ରହିଥିବା ମଧ୍ୟ ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

Advertisment

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କାର୍ଯ୍ୟକାରୀ ଆଦେଶ ୧୪୦୬୬ରେ ଜାତୀୟ ଏମର୍ଜେନ୍ସିର ମୁକାବିଲା କରିବା ପାଇଁ ଏହା ନିର୍ଦ୍ଧାରିତ କରାଯାଉଛି ଯେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାର ଆବଶ୍ୟକତା ରହିଛି। କାରଣ ଭାରତ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ରୁଷ ଠାରୁ ତେଲ ଆଣିବାରେ ଲାଗିଛି।

ଏହାପୂର୍ବରୁ ଅର୍ଥାତ ଅଗଷ୍ଟ ୧ରୁ ଭାରତ ଉପରେ ଆମେରିକା ୨୫% ଟାରିଫ ଲଗାଇବା ଆରମ୍ଭ କରିଥିଲା। ଏବେ ଆଉ ୨୫% ଟାରିଫ ଲାଗୁ ହୋଇଛି।

USA Donald Trump