Advertisment

'ଚୀନ୍ ବିରୋଧରେ ବଢ଼ୁଥିବା ଘୃଣାଭାବର ଫାଇଦା ଭାରତ ନେବା ଦରକାର'

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଏବେ ଚୀନ ବିରୋଧରେ ଘୃଣା ଭାବ ସୃଷ୍ଟି ହୋଇଛି। ଏବେ ଏହାର ଫଇଦା ଭାରତର ଉଦ୍ୟୋଗୀ ନେବା ଦରକାର। ବିଦେଶୀ ନିବେଶକଙ୍କ ଆକୃଷ୍ଟ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଏମଏସଏମଇ ଓ କେନ୍ଦ୍ର ସଡ଼କ ପରିବହନ ଓ ନଗର ଉନ୍ନୟନ ମନ୍ତ୍ରୀ ନୀତିନ ଗଡ଼କରୀ ଫିକି ମହିଳା ସଂଗଠନର ସଦସ୍ୟଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ୱୋଧନ କରି ଏଭଳି କହିଛନ୍ତି। ଏମଏସଏମଇ ସେକ୍ଟର ପାଇଁ ଆର୍ଥିକ […]

author-image
Subhransu Sekhar
ଅଦ୍ୟତନ ହୋଇଛି
'ଚୀନ୍ ବିରୋଧରେ ବଢ଼ୁଥିବା ଘୃଣାଭାବର ଫାଇଦା ଭାରତ ନେବା ଦରକାର'

gadkari

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଏବେ ଚୀନ ବିରୋଧରେ ଘୃଣା ଭାବ ସୃଷ୍ଟି ହୋଇଛି। ଏବେ ଏହାର ଫଇଦା ଭାରତର ଉଦ୍ୟୋଗୀ ନେବା ଦରକାର। ବିଦେଶୀ ନିବେଶକଙ୍କ ଆକୃଷ୍ଟ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଏମଏସଏମଇ ଓ କେନ୍ଦ୍ର ସଡ଼କ ପରିବହନ ଓ ନଗର ଉନ୍ନୟନ ମନ୍ତ୍ରୀ ନୀତିନ ଗଡ଼କରୀ ଫିକି ମହିଳା ସଂଗଠନର ସଦସ୍ୟଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ୱୋଧନ କରି ଏଭଳି କହିଛନ୍ତି। ଏମଏସଏମଇ ସେକ୍ଟର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବା ପାଇଁ ସରକାର ଚିନ୍ତା କରିଛନ୍ତି। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମୋଦିଙ୍କ ସହ ଆଲୋଚନା କରୁଛନ୍ତି। ଖୁବଶୀଘ୍ର ଏ ବାବଦରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

Advertisment

ଚଳିତ ବର୍ଷ ଶେଷ ସୁଦ୍ଧା ୨୫ ଲକ୍ଷ ଏମଏସଏମଇର ପୁନଃ ନିର୍ମାଣ କରାଯିବ। ରିଜର୍ଭ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ୩୧ ମାର୍ଚ୍ଚ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ଯାଏ ବଢ଼ାଇ ଦେଇଛନ୍ତି ବୋଲି ସେ କହିଛନ୍ତି।

ଜାପାନ, ଆମେରିକା, ଜର୍ମାନୀ ଏବଂ ଅନ୍ୟ ୟୁରୋପୀୟ ଦେଶର ଶିଳ୍ପପତି ଚୀନ୍ ସହିତ ଆଗକୁ ବ୍ୟବସାୟ କରିବାକୁ ଚାହୁଁ ନାହାଁନ୍ତି। ତେଣୁ ସେଠାରେ ଥିବା ବ୍ୟବସାୟକୁ ବନ୍ଦ କରିବାକୁ ସେମାନେ ଚିନ୍ତା କରୁଛନ୍ତି। ଏଭଳି ସ୍ଥିତି ଭାରତୀୟ ଶିଳ୍ପ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ 'ସୁବର୍ଣ୍ଣ ସୁଯୋଗ' ବୋଲି ଗଡ଼କରୀ କହିଛନ୍ତି।

Advertisment

ଯଦି ଚୀନ୍ କରୋନା ଭାଇରସକୁ ନେଇ ତଥ୍ୟ ଲୁଚାଇଥିବ ତା’ହେଲେ ଭାରତ ଚୀନ ବିରୋଧରେ କିଛି ପଦକ୍ଷେପ ନେବ କି? ଫିକିର ସଦସ୍ୟ ଏଭଳି ପ୍ରଶ୍ନ କରିଥିଲେ ଗଡ଼କରୀଙ୍କୁ। ସେ ଏହାକୁ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିଥିଲେ। ଏ ବାବଦରେ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରଣାଳୟ ଆଲୋଚନା କରିବ ବୋଲି ସେ କହିଛନ୍ତି।

କରୋନା ମହାମାରୀରେ ଦେଖାଦେଇଥିବା ଆର୍ଥିକ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରୁଛି। ଏହି ରଣନୀତି ପ୍ରଧାନମନ୍ତ୍ରୀଙ୍କ ୫ ଟ୍ରିଲିଅନ ଡଲାର ଇକୋନମିକୁ ସାକାର କରିବାରେ ମଧ୍ୟ ସହଯୋଗ କରିବ। ଏହାସହିତ ଦେଶର ଇନଫ୍ରାଷ୍ଟକଚର ତିଆରି କରିବା ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଗଡ଼କରୀ କହିଛନ୍ତି।