Advertisment

ବଜାରରେ ଲଞ୍ଚ୍‌ ହେଲା TVS ଇଲେକ୍ଟ୍ରୋନିକ୍‌ ସ୍କୁଟର

ନୂଆଦିଲ୍ଲୀ : ବଜାଜ୍‌ ପରେ ଏବେ ଟିଭିଏସ୍‌ ମୋଟର କମ୍ପାନୀ ବଜାରରେ ଇ-ସ୍କୁଟର ଲଞ୍ଚ କରିଛି। ଶନିବାର ବେଙ୍ଗାଲୁରୁରେ ଏହି ସ୍କୁଟର ଲଞ୍ଚ୍‌ ହୋଇଛି। ୧୪ ଜାନୁଆରୀରେ ବଜାଜ କମ୍ପାନୀ ତା’ର ଇ-ସ୍କୁଟର ‘ଚେତକ’ ଲଞ୍ଚ କରିଥିଲା। ଟିଭିଏସ୍‌ର ଏହି ଇ-ସ୍କୁଟର ବଜାରରେ ‘ଚେତକ’କୁ ଟକ୍କର ଦେବାକୁ ଯାଉଛି। ଟିଭିଏସ୍‌ର ଇ-ସ୍କୁଟରରେ ICube Electrium ୪.୪ କେବିର ଇଲେକ୍ଟ୍ରିକ୍‌ ମୋଟର ରହିଛି। ଏହି ସ୍କୁଟର ଥରେ ଚାର୍ଜ ହେଲେ ୭୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଅତି ବେଶିରେ […]

ବଜାରରେ ଲଞ୍ଚ୍‌ ହେଲା TVS ଇଲେକ୍ଟ୍ରୋନିକ୍‌ ସ୍କୁଟର

escotter

Advertisment

ନୂଆଦିଲ୍ଲୀ : ବଜାଜ୍‌ ପରେ ଏବେ ଟିଭିଏସ୍‌ ମୋଟର କମ୍ପାନୀ ବଜାରରେ ଇ-ସ୍କୁଟର ଲଞ୍ଚ କରିଛି। ଶନିବାର ବେଙ୍ଗାଲୁରୁରେ ଏହି ସ୍କୁଟର ଲଞ୍ଚ୍‌ ହୋଇଛି। ୧୪ ଜାନୁଆରୀରେ ବଜାଜ କମ୍ପାନୀ ତା’ର ଇ-ସ୍କୁଟର ‘ଚେତକ’ ଲଞ୍ଚ କରିଥିଲା। ଟିଭିଏସ୍‌ର ଏହି ଇ-ସ୍କୁଟର ବଜାରରେ ‘ଚେତକ’କୁ ଟକ୍କର ଦେବାକୁ ଯାଉଛି।

Advertisment

ଟିଭିଏସ୍‌ର ଇ-ସ୍କୁଟରରେ ICube Electrium ୪.୪ କେବିର ଇଲେକ୍ଟ୍ରିକ୍‌ ମୋଟର ରହିଛି। ଏହି ସ୍କୁଟର ଥରେ ଚାର୍ଜ ହେଲେ ୭୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଅତି ବେଶିରେ ଆପଣ ଏହି ସ୍କୁଟରକୁ ୪.୨ ସେକେଣ୍ଡରେ ୪୦ କିଲୋମିଟର ସ୍ପିଡ୍‌ରେ ଚଲାଇପାରିବେ। ଏଥିରେ ଜିଓ ଫେସିଙ୍ଗ୍‌, ରିମୋଟ୍‌ ବ୍ୟାଟେରୀ ଚାର୍ଜ ଓ ନାଭିଗେସନ୍‌ ସୁବିଧା ରହିଛି।

ଏହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା ରହିଛି। ଏହାର ବିକ୍ରି ପ୍ରଥମେ ବେଙ୍ଗାଲୁରୁରେ ଆରମ୍ଭ ହେବ। ଏହାପରେ ଦେଶର ଅନ୍ୟ ସହରଗୁଡ଼ିକରେ ବିକ୍ରି ଆରମ୍ଭ ହେବ।

Advertisment

ସେପଟେ ବଜାଜ ଇ-ସ୍କୁଟର ଚେତକ ଗ୍ରାହକଙ୍କୁ ଦୁଇଟି ଭାରିଏଣ୍ଟ ଇକୋ ଓ ସପୋର୍ଟ ମୋଡ୍‌ରେ ଉପଲବ୍ଧ ହେଉଛି। ଇକୋ ମୋଡ୍‌ରେ ଏହି ସ୍କୁଟର ୯୫ କିଲୋମିଟର ଓ ସପୋର୍ଟ ମୋଡ୍‌ ୮୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ନିରାପଦ ପାଇଁ ଏଥିରେ ଇଣ୍ଟିଗ୍ରେଟେଡ୍‌ ବ୍ରେକିଙ୍ଗ୍‌ ସିଷ୍ଟମ୍‌ ରହିଛି।

publive-image

ସେହିପରି ସ୍ମାର୍ଟଫୋନ୍‌ ଓ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ୍‌ ପାଇଁ ବ୍ଲୁଟୁଥ୍‌ କନେକ୍ଟିଭିଟିର ସପୋର୍ଟ ରହିଛି। ଏହାର ମୂଲ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe