ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ଟି କୋଇଲା ଖଣି ସମେତ ୫ଟି ରାଜ୍ୟର ମୋଟ ୮ଟି କୋଇଲା ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏହି ଖଣି ନିଲାମ କରାଯାଇଛି । ଏହି ସମସ୍ତ ୮ଟି କୋଇଲା ଖଣିରେ ମୋଟ ୨୧୫୭.୪୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି । ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଦୁଇ କୋଇଲା ଖଣି ଯଥା- ରାମପିଆ ଓ ରାମପିଆ ଡିପ୍ […]

Coal

Ordigital Desk
  • Published: Tuesday, 13 September 2022
  • , Updated: 13 September 2022, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ଟି କୋଇଲା ଖଣି ସମେତ ୫ଟି ରାଜ୍ୟର ମୋଟ ୮ଟି କୋଇଲା ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏହି ଖଣି ନିଲାମ କରାଯାଇଛି । ଏହି ସମସ୍ତ ୮ଟି କୋଇଲା ଖଣିରେ ମୋଟ ୨୧୫୭.୪୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଦୁଇ କୋଇଲା ଖଣି ଯଥା- ରାମପିଆ ଓ ରାମପିଆ ଡିପ୍ ସାଇଡର ଆଜି ଇ-ନିଲାମୀ ଶେଷ ହୋଇଛି । ଏହି ଦୁଇଟି କୋଇଲା ଖଣିର ଲିଜ୍ ଝାର ମିନେରାଲ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ୍ ହାତେଇଛି । ଏହି ଦୁଇଟି ଖଣିରେ ମୋଟ ୧୧୭୯.୪୧ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ଆକଳନ କରାଯାଇଛି।

Related story